ଓଡିଶା

odisha

ETV Bharat / state

ଏନଏଲସି କମ୍ପାନୀରୁ ଶ୍ରମିକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଳାପାଳଙ୍କୁ ଦାବିପତ୍ର

ଏନଏଲସି କମ୍ପାନୀର ଠିକା ସଂସ୍ଥା ଆଦାନୀ ଗ୍ରୁପରୁ ଶ୍ରମିକଙ୍କୁ ଛଟେଇ ଅଭିଯୋଗରେ ସମ୍ବଲପୁରରେ ଶ୍ରମିକ ଅସନ୍ତୋଷ । ଅଧିକ ପଢନ୍ତୁ....

By

Published : Feb 19, 2021, 10:22 PM IST

Updated : Feb 19, 2021, 10:28 PM IST

ଏନଏଲସି କମ୍ପାନୀରୁ ଶ୍ରମିକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଳାପାଳଙ୍କୁ ଦାବିପତ୍ର
ଏନଏଲସି କମ୍ପାନୀରୁ ଶ୍ରମିକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଳାପାଳଙ୍କୁ ଦାବିପତ୍ର

ସମ୍ବଲପୁର: ଏନଏଲସି କମ୍ପାନୀର ଠିକା ସଂସ୍ଥା ଆଦାନୀ ଗ୍ରୁପରୁ ଶ୍ରମିକଙ୍କୁ ଛଟେଇ ଅଭିଯୋଗରେ ସମ୍ବଲପୁରରେ ଶ୍ରମିକ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ ଆଜି(ଶୁକ୍ରବାର) ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କମ୍ପାନୀର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏନଏଲସି କମ୍ପାନୀରୁ ଶ୍ରମିକଙ୍କ ଛଟେଇ ପ୍ରତିବାଦରେ ଜିଲ୍ଳାପାଳଙ୍କୁ ଦାବିପତ୍ର
ସମ୍ବଲପୁରରେ ଏନଏଲସି ଇଣ୍ଡିଆ କୋଲ ମାଇନ୍ସରେ ଶ୍ରମିକ ଅଶାନ୍ତି । ଏନଏଲସି କମ୍ପାନୀର ଠିକା ସଂସ୍ଥା ଅଧୀନରେ ନିଯୁକ୍ତ 41 ଜଣ ଶ୍ରମିକଙ୍କୁ ଛେଟେଇ କରିବା ନେଇ ଏକ ନୋଟିସ ବାହାରିବା ପରେ ଶ୍ରମିକ ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ବୁଧବାର ଏହି ନୋଟିସ ବାହାରିବା ପରେ ଶ୍ରମିକମାନେ ଏନଏଲସି କମ୍ପାନୀର ଅଫିସରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ତେବେ ପୋଲିସ ନିର୍ଦୋଷ ଶ୍ରମିକଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି ଶ୍ରମିକ ସଙ୍ଘ । ଏହା ସହ କମ୍ପାନୀ କତ୍ତୃପକ୍ଷ ଓଡ଼ିଆ ଶ୍ରମିକମାନଙ୍କ ଓଡ଼ିଆ ଜାତି ପ୍ରତି ଆକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।ଏଭଳି ପରିସ୍ଥିତିରେ ଗିରଫ ଶ୍ରମିକଙ୍କୁ ମୁକ୍ତ କରିବା ପାଇଁ ଶ୍ରମିକ ସଙ୍ଗଠନ ଦାବି କରିଛି । ନଚେତ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Feb 19, 2021, 10:28 PM IST

ABOUT THE AUTHOR

...view details