ସମ୍ବଲପୁର: ମାଇକ୍ରୋଫାଇନାନ୍ସରୁ ଋଣ ପରିଶୋଧ କରିନପାରି ହନ୍ତସନ୍ତ ସ୍ବୟଂ ସହାୟକ ଗୋଷ୍ଠୀ । ଲକଡାଉନରେ ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ମହିଳାମାନେ ନିଜ ଘର ଚଳାଇବାକୁ ସଂଘର୍ଷ କରୁଛନ୍ତି । ବର୍ତ୍ତମାନ ଋଣ ଦେଇଥିବା ମାଇକ୍ରୋଫାଇନାନ୍ସ କମ୍ପାନୀର ଏଜେଣ୍ଟ ଓ ଅଧିକାରୀ ମାନେ ଆସି ଋଣ ପରିଶୋଧ କରିବାକୁ ବାଧ୍ୟ କରିବା ସହ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର ଜିଲ୍ଲାର ମହାନଗର ନିଗମ ତଥା ଗ୍ରାମଞ୍ଚଳର ଶହ ଶହ ମହିଳା ଛୋଟ ମୋଟ ବ୍ୟବସାୟ କରିବାକୁ ବିଭିନ୍ନ ମାଇକ୍ରୋଫାଇନାନ୍ସ କମ୍ପାନୀ ଗୁଡ଼ିକ ଠାରୁ ଲକଡାଉନର ବହୁ ପୂର୍ବରୁ ଋଣ ଆଣି ବ୍ୟବସାୟ କରି ପରିବାର ପୋଷିବା ସହ ମାସକୁ ମାସ ଋଣ ପରିଶୋଧ ମଧ୍ୟ କରୁଥିଲେ । ତେବେ ଲକଡାଉନ ଯୋଗୁ ସବୁ ବ୍ୟବସାୟ ବନ୍ଦ ହୋଇଯିବାରୁ ଏମାନଙ୍କ ବ୍ୟବସାୟ ପ୍ରଭାବିତ ହେଲା ଓ ମାସିକିଆ ଋଣ କିସ୍ତି ଦେଇ ପାରିଲେ ନାହିଁ ।