ଓଡିଶା

odisha

ETV Bharat / state

ସମ୍ବଲପୁରରେ ପବିତ୍ର ଇଦ୍‌-ଉଲ୍‌-ଜୁହା ପାଳିତ

ଆଜି ପବିତ୍ର ଇଦ୍‌-ଉଲ୍‌-ଜୁହା । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମସଜିଦ୍‌ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି । ପରସ୍ପରକୁ ଆଲିଙ୍ଗନ କରି ଶୁଭେଛା ଜଣାଇଛନ୍ତି ମୁସଲିମ୍‌ ଭାଇମାନେ । ଅଧିକ ପଢ଼ନ୍ତୁ

By

Published : Jul 10, 2022, 5:03 PM IST

ସମ୍ବଲପୁରରେ ସମୂହ ଭାବେ ପାଳିତ ହେଲା ପବିତ୍ର ଇଦ୍‌-ଉଲ୍‌-ଜୁହା
ସମ୍ବଲପୁରରେ ସମୂହ ଭାବେ ପାଳିତ ହେଲା ପବିତ୍ର ଇଦ୍‌-ଉଲ୍‌-ଜୁହା

ସମ୍ବଲପୁର : ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ ଜୁହା ପର୍ବ । ଏହି ପର୍ବ ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ତ୍ୟାଗ ବଳିଦାନର ମହାପର୍ବ । କରୋନା କଟକଣା ଯୋଗୁଁ ୨ ବର୍ଷ ପରେ ଚଳିତ ବର୍ଷ ମୁସଲମାନ ସଂପ୍ରଦାୟ ପକ୍ଷରୁ ସମ୍ବଲପୁର ସହରରେ ଧୁମଧାମରେ ପାଳିତ ହୋଇଛି ଇଦ୍‌-ଉଲ୍‌-ଜୁହା ।

ସମ୍ବଲପୁରରେ ସମୂହ ଭାବେ ପାଳିତ ହେଲା ପବିତ୍ର ଇଦ୍‌-ଉଲ୍‌-ଜୁହା

ଇଦ୍‌-ଉଲ୍‌-ଜୁହା ପର୍ବ ଅବସରରେ ସହରର ସାଖୀପଡ଼ା ସ୍ଥିତ ଇଦଗାହା ଠାରେ ସମସ୍ତେ ସାମୁହିକ ଭାବରେ ନମାଜ ପାଠ କରିଥିଲେ । ଏହାସହିତ ନିଜ ନିଜ ଅଞ୍ଚଳରେ ଥିବା ମସଜିଦ ଗୁଡି଼କରେ ମଧ୍ୟ ଇଦ୍‌-ଉଲ୍‌-ଜୁହା ବା ବକରି ଇଦ୍ ପାଇଁ ସାମୁହିକ ନମାଜ ପାଠ କରି ଆଲ୍ଲାଙ୍କୁ ସ୍ୱତନ୍ତ୍ର ପ୍ରାର୍ଥନା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details