ଓଡିଶା

odisha

ETV Bharat / state

ସମ୍ବଲପୁରୀ ନୃତ୍ୟରେ ଦୁଲୁକିବ ମାଲେସିଆ - ସମ୍ବଲପୁର

ସୁଦୂର ମାଲେସିଆର ଶିବୁ ଦ୍ଵୀପରେ ଗୁଞ୍ଜରୀ ଉଠିବ ସମ୍ବଲପୁରୀ ଗୀତର ସ୍ୱର । ଆଉ ଏହାର ତାଳେ ତାଳେ ପରିବେଷିତ ହେବ ସମ୍ବଲପୁରୀ ନୃତ୍ୟ । କାରଣ ଏଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିବେ ସମ୍ବଲପୁରର 15 ଜଣ କଳାକାର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

By

Published : Jul 4, 2019, 9:12 PM IST

ସମ୍ବଲପୁର: ମାଲେସିଆରେ ହେବାକୁ ଥିବା ଶିବୁ ଇଣ୍ଟରନ୍ୟାସନଲ ଡ୍ୟାନ୍ସ ଫେଷ୍ଟିଭାଲ ରେ ଭାରତକୁ ପ୍ରତିନିଧିତ୍ୱ କରିବ ସମ୍ବଲପୁର। ଆସନ୍ତା ଅଗଷ୍ଟ 12 ରୁ 17 ତାରିଖ ପର୍ଯ୍ୟନ୍ତ ମାଲେସିଆର ଶିବୁ ଦ୍ବୀପରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ନୃତ୍ୟ ଫେଷ୍ଟିଭାଲରେ ସମ୍ବଲପୁର ଟ୍ରାଇବାଲ ଆଣ୍ଡ ଫୋକ ଆର୍ଟ ସେଣ୍ଟରର 15 ଜଣ କଳାକାର ଭାରତ ତରଫରୁ ଭାଗ ନେବାକୁ ଯାଉଛନ୍ତି । ଯାହା ଏକ ଗର୍ବର ବିଷୟ । ତେବେ ସମ୍ବଲପୁରର ସମ୍ବଲପୁରୀ କଳାକାର ତଥା ନୃତ୍ୟ ଗୁରୁ ଆଲୋକ ପଣ୍ଡା ଙ୍କ ନେତୃତ୍ବ ରେ ଏହି ଦଳ ମାଲେସିଆ ଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସୁଦୂର ମାଲେସିଆର ଶିବୁ ଦ୍ଵୀପରେ ଗୁଞ୍ଜରୀ ଉଠିବ ସମ୍ବଲପୁରୀ ଗୀତର ସ୍ୱର । ଆଉ ଏହାର ତାଳେ ତାଳେ ପରିବେଷିତ ହେବ ସମ୍ବଲପୁରୀ ନୃତ୍ୟ । କାରଣ ଏଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିବେ ସମ୍ବଲପୁରର 15 ଜଣ କଳାକାର । ଡାଲଖାଇ, ମାଏଲା -ଜଡ, ନଚନିଆଁ, ବଜନିଁଆ ଓ କରମା ନାଚ ପରି ଭିନ୍ନ ଭିନ୍ନ ସମ୍ବଲପୁରୀ ନୃତ୍ୟ ପରିବେଷଣ ହେବ। ଏଥିପାଇଁ ସମ୍ବଲପୁରର ଅଗ୍ରଣୀ ନୃତ୍ୟ କଳା ଅନୁଷ୍ଠାନ ସମ୍ବଲପୁର ଟ୍ରାଇବାଲ ଆଣ୍ଡ ଫୋକ ଆର୍ଟ ସେଣ୍ଟରର କଳାକାର ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି।

ଭାରତରୁ ଗୋଟିଏ ମାତ୍ର ଦଳ ଭାବେ ଏଠାରେ ସେମାନେ ଭାଗ ନେବାକୁ ଯାଉଥିବାରୁ କଳାକାର ମାନେ ବେଶ ଉତ୍ସାହିତ ଅଛନ୍ତି। ଏହି ଉତ୍ସବରେ 5 ଦିନ ଧରି ଉଭୟ ସକାଳ ଓ ସନ୍ଧ୍ୟା ସମୟରେ ଇଣ୍ଡୋର ଓ ଆଉଟଡୋରରେ 2 ଟି ଲେଖାଏଁ ନୃତ୍ୟ ପରିବେଷଣ କରିବେ ଏହି ଦଳ । ଭାରତ ସହ ଆଉ 12 ଟି ଦେଶର କଳାକାର ଏଠାରେ ଏକତ୍ର ହେବେ। ସବୁଠାରୁ ବଡ କଥା ହେଲା କେବଳ ନୃତ୍ୟ ନୁହେଁ 12 ଦେଶର କଳାକାରଙ୍କୁ ସମ୍ବଲପୁରୀ ନୃତ୍ୟ ମଧ୍ୟ ଶିଖାଇବେ ଏହି ଟିମ୍।

ପୂର୍ବରୁ ଏହି ଦଳ ଇଣ୍ଡୋନେସିଆ ପୂରୱାକର୍ତ୍ତା , ଥାଇଲାଣ୍ଡ ଓ ଦୁବାଇରେ ଏମିତି ଅନେକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହାସହ ଥାଇଲାଣ୍ଡର 200 କଳାକାର ଙ୍କୁ ସମ୍ବଲପୁରୀ ଡାଲଖାଇ ନୃତ୍ୟ ଶିଖାଇଛନ୍ତି। ଏଥିପାଇଁ ବେଶ ଉତ୍ସାହିତ ଏହି କଳାକାର। ଏହି କାର୍ଯ୍ୟକ୍ରମ ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ସମ୍ବଲପୁରୀ ନୃତ୍ୟ ଗୀତର ଆହୁରି ପ୍ରଚାର ପ୍ରସାର ହେବ ବୋଲି କହିଛନ୍ତି କଳାକାର।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ନ୍ୟୁଜ୍

ABOUT THE AUTHOR

...view details