ସମ୍ବଲପୁର: ସହରର ବିଭିନ୍ନ ପୂଜା ମଣ୍ଡପରେ ମା' ଜଗତଜନନୀ ମହାମାୟୀଙ୍କର ମହାନବମୀ ନୀତି ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ସହରର ମୋଟ ୫୩ଟି ମଣ୍ଡପରେ ଦୁର୍ଗା ପୂଜା ହେଉଥିବା ବେଳେ ରହିଥିବା ବେଳେ ସବୁ ମଣ୍ଡପ ଗୁଡିକରେ ମଙ୍ଗଳବାର ମହାନବମୀ ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଆଜି ହେଉଛି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ତେବେ ଦୁର୍ଗାପୂଜା ପାଇଁ ସମ୍ବଲପୁରର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିଛି । ଆଜି ବିଜୟା ଦଶମୀ ଅନୁଷ୍ଠିତ ହେବାକୁ ଥିବାବେଳେ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଗୁଡ଼ିକ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ସହରର ଧନୁପାଲି, ଗୋବିନ୍ଦତୋଳା, ଜେଲ ଛକ, ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡା, ଫାଟକ, ଅଇଁଠାପାଲି ଛକରେ ଥିବା ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।