ଓଡିଶା

odisha

ETV Bharat / state

Lawyers Agitation: ସମ୍ବଲପୁରର ଗିରଫ ଓକିଲଙ୍କ ଜାମିନ ପୁଣି ଖାରଜ

ସମ୍ବଲପୁର ଜିଲ୍ଲା ଜଜଙ୍କ ଠାରେ ଗିରଫ ଓକିଲଙ୍କ ପାଇଁ ଜାମିନ ଆବେଦନ କରିଥିବା ବେଳେ ଆଜି ମଧ୍ୟ ଏହା ନାକଚ ହୋଇଯାଇଛି । ଅଧିକ ପଢନ୍ତୁ

By

Published : Dec 22, 2022, 10:58 PM IST

ସମ୍ବଲପୁର ଗିରଫ ଓକିଲଙ୍କ ଜାମିନ ପୁଣି ଖାରଜ
ସମ୍ବଲପୁର ଗିରଫ ଓକିଲଙ୍କ ଜାମିନ ପୁଣି ଖାରଜ

Lawyers Agitation: ସମ୍ବଲପୁର ଗିରଫ ଓକିଲଙ୍କ ଜାମିନ ପୁଣି ଖାରଜ

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚେମ୍ବର ଭଙ୍ଗାରୁଜା ଘଟଣା । ଏନେଇ ଆଜି ସମ୍ବଲପୁର ଜିଲ୍ଲା ଜଜଙ୍କ ଠାରେ ଗିରଫ ଓକିଲଙ୍କ ପାଇଁ ଜାମିନ ଆବେଦନ କରିଥିବା ବେଳେ ଆଜି ମଧ୍ୟ ଏହାକୁ ନାକଚ (ରିଜେକ୍ଟ) କରିଛନ୍ତି ସହକାରୀ ଦୌରା ଜଜ ଦେବାଶିଷ ରାଉତ ।

ସମ୍ବଲପୁରରେ ନ୍ୟାୟିକ ଅଚଳାବସ୍ଥା ଜାରି ରହିଥିବା ବେଳେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ନେଇ ଗିରଫ ହୋଇଥିବା ଓକିଲଙ୍କ ଜାମିନ ଆବେଦନ କୁ ପୁଣି ଖାରଜ କରିଛନ୍ତି ଜିଲ୍ଲା ସହକାରୀ ଦୌରା ଜଜ । ଫଳରେ ଓକିଲଙ୍କ ଜେଲରୁ ମୁକୁଳିବା ଆଶା ମଉଳିଯାଇଛି । ସମ୍ବଲପୁରର ଜଣେ ବି ଓକିଲ ଏବେ କାର୍ଯ୍ୟରେ ଯୋଗ ଦେଇନଥିବା ବେଳେ ଆଜି ସମ୍ବଲପୁରର ଗିରଫ ଓକିଲଙ୍କ ପାଇଁ କୁଚିଣ୍ଡା ଓ ବରପାଲିର ଓକିଲ ମାନେ ଜିଲ୍ଲା ଜଜଙ୍କ ଠାରେ ଜାମିନ ଆବେଦନ କରିଥିଲେ । ତେବେ ଜିଲ୍ଲା ଜଜ ଏହି ଆବେଦନକୁ ଜିଲ୍ଲା ଭିଜିଲାନ୍ସ ଜଜଙ୍କୁ ଟ୍ରାନ୍ସଫର କରିଥିଲେ ।

କୁଚିଣ୍ଡାର ଓକିଲ 3ଟି କେସ୍ ଓ ବରପାଲି ର ଓକିଲ 2 କେଶ ପାଇଁ ଜାମିନ ଆବେଦନ କରିଥିଲେ। ତେବେ ସହକାରୀ ଦୌରାଜଜ ଦେବାଶିଷ ରାଉତ ଏହି ଜାମିନ ଆବେଦନ କୁ ଖାରଜ କରିଥିବା ସୂଚନା ମିଳିଛି।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details