ଓଡିଶା

odisha

କୋଭିଡ ହସପିଟାଲରେ ଡାକ୍ତରଙ୍କ ଅଭାବ

By

Published : Jun 27, 2020, 3:34 PM IST

ବର୍ତ୍ତମାନ ସାରା ଦେଶ କୋଭିଡ ସହ ଲଢେଇ କରୁଛି । ଏହି ସମୟରେ କୋଭିଡ ଲଢେଇର ପ୍ରମୁଖ ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ମେଡିକାଲ ଷ୍ଟାଫ୍‌ । ତେବେ ପ୍ରାୟତଃ ଡାକ୍ତର ଅଭାବ ସବୁବେଳେ ଲାଗି ରହିଥିବା ବେଳେ ବର୍ତ୍ତମାନ ଡାକ୍ତର ଓ ମେଡ଼ିକାଲ ଷ୍ଟାପ ଉପରେ ବହୁତ ଚାପ ପଡୁଛି । ଏଦୃଶ୍ୟ ହେଉଛି ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟର ...

କୋଭିଡ ହସପିଟାଲରେ ଡାକ୍ତରଙ୍କ ଅଭାବ
କୋଭିଡ ହସପିଟାଲରେ ଡାକ୍ତରଙ୍କ ଅଭାବ

ସମ୍ବଲପୁର: କୋଭିଡ ଲଢେଇରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ । କିନ୍ତୁ ଅନେକ ସ୍ଥାନରେ ଡାକ୍ତରଙ୍କ ପ୍ରତି ଅବହେଳା କରାଯାଉଥିବା ସହ ଡାକ୍ତରଙ୍କ ଅଭାବ ମଧ୍ୟ ଦେଖିବାକୁ ମିଳୁଛି । ଯାହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଜନତାଙ୍କ ଉପରେ । ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ 200 ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କରାଯାଇଛି । ହେଲେ ଏଠାରେ ଦେଖିବାକୁ ମିଳିଛି ଡାକ୍ତରଙ୍କ ଅଭାବ । ପୂର୍ବରୁ ମେଡିକାଲରେ ଡାକ୍ତର ଅଭାବ ଥିବାବେଳେ କୋରୋନା ସମୟରେ ଏହା ଆହୁରି ବଢିଯାଇଛି । ଆଉ ଏଥିପାଇଁ ଅନ୍ୟ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

କୋଭିଡ ହସପିଟାଲରେ ଡାକ୍ତରଙ୍କ ଅଭାବ

କାରଣ ଯେଉଁ ଡାକ୍ତରମାନେ ଚିକିତ୍ସା ଦାୟିତ୍ବରେ ରହୁଛନ୍ତି ତାଙ୍କୁ 15 ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡୁଛି ଅଥବା 15 ଦିନର ବିଶ୍ରାମ ଦିଆଯାଉଛି । ଫଳରେ ହୃଦ ରୋଗୀ, ଟିବି ରୋଗୀଙ୍କ ସମସ୍ୟା ବଢିଯାଇଛି । ଡାକ୍ତର ଅଭାବ ଯୋଗୁଁ ଡାକ୍ତର ମାନେ ପ୍ରବଳ ଚାପରେ କାମ କରୁଛନ୍ତି । ସେପଟେ ସଂଗରୋଧରେ ଥିବା ଲୋକଙ୍କୁ ଡାକ୍ତର ଦେଖିବାକୁ ଯାଇପାରୁନଥିବା ଅଭିଯୋଗ ହେଉଛି ।

ଅନ୍ୟପଟେ ସମ୍ବଲପୁର ସିଡିଏମଓ ନିଜେ ଡାକ୍ତରଙ୍କ ଅଭାବ ଥିବା ସ୍ବୀକାର କରିଛନ୍ତି । ତେବେ ନିକଟରେ ବୁର୍ଲା ମେଡ଼ିକାଲ ଥିବାରୁ ସେଠାରୁ ଡାକ୍ତରଙ୍କ ସହାୟତା ନିଆଯାଉଛି ବୋଲି ସେ କହିଛନ୍ତି । ମାସର ପ୍ରଥମ 15 ଦିନ ପାଇଁ 10 ଜଣ ଡାକ୍ତର କୋଭିଡ ହସ୍ପିଟାଲରେ ନିୟୋଜିତ ହେଉଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କୁ 15 ଦିନ ପାଇଁ ବିଶ୍ରାମ ଦିଆଯାଉଛି ଅଥବା କ୍ବାରେନଣ୍ଟଟାଇନରେ ରଖା ଯାଉଛି । ପରବର୍ତ୍ତୀ 15 ଦିନ ଅନ୍ୟ ଡାକ୍ତରଙ୍କୁ ନିୟୋଜିତ କରାଯାଉଛି ବୋଲି ସିଡିଏମଓ କହିଛନ୍ତି ।

ଏହାସହ ବର୍ତ୍ତମାନ 10 ଜଣ ଷ୍ଟାଫ ନର୍ସ, 18 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, 3 ଜଣ ଲେବ ଆସିଷ୍ଟାଣ୍ଟ, 3 ଜଣ ଫାର୍ମାସିଷ୍ଟ, 3 ଜଣ ସୁରକ୍ଷା କର୍ମୀ ଓ ଅନ୍ୟାନ୍ୟ 7 ଜଣ କୋଭିଡ ହସ୍ପିଟାଲ ରେ 15 ଦିନ ପାଇଁ ଡ୍ୟୁଟି କରୁଛନ୍ତି । ଏହା ସହ ସମ୍ବଲପୁର ଜିଲ୍ଲାରେ 169 ଟି ସରକାରୀ କ୍ବାରେଣ୍ଟଟାଇନ ରହିଛି। ଯେଉଁଠି ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଦାୟିତ୍ବରେ ଅଛନ୍ତି ଡାକ୍ତର ।

ଏବେ କୋଭିଡ ହସପିଟାଲରେ 7 ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେପଟେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦାୟିତ୍ବ ତୁଲାଉଥିବା ବେଳେ ସେମାନଙ୍କୁ ଅତ୍ୟାଧୁନିକ PPE ଯୋଗାଇ ଦେବାକୁ ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details