ଓଡିଶା

odisha

ETV Bharat / state

ସମ୍ବଲପୁରରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ

ସମ୍ବଲପୁର ଉପଖଣ୍ଡରେ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଚାଷୀ ଧାନ ବିକ୍ରି କରିନାହାନ୍ତି । ଅଧିକ ପଢନ୍ତୁ...

By

Published : Nov 13, 2020, 1:08 AM IST

ସମ୍ବଲପୁରରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ
ସମ୍ବଲପୁରରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ

Intro: ସମ୍ବଲପୁର ଉପଖଣ୍ଡରେ ଆରମ୍ଭ ହୋଇଛି ଖରିଫ ଧାନ କ୍ରୟ ପ୍ରକ୍ରିୟା । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ଗୁରୁବାର ପ୍ରଥମ ଦିନରେ ଚାଷୀ ବିରୋଧ କରିଛନ୍ତି । ଧାନ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ପ୍ରଥମ ଦିନରେ ଚାଷୀ ଧାନ ବିକ୍ରି କରିନାହାନ୍ତି । ସମ୍ବଲପୁର ଉପଖଣ୍ଡ ଚାରପାଲି ପଞ୍ଚାୟତରେ କେବଳ ଜଣେ ଚାଷୀ 166 ବସ୍ତା ଧାନ ବିକ୍ରି କରିଥିବାର ସରକାରୀ ସ୍ତରରୁ ଜଣା ପଡ଼ିଛି ।

ସମ୍ବଲପୁରରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ
ପ୍ରତ୍ୟେକ ବର୍ଷ ସମ୍ବଲପୁର ବରେଇପାଲି ସ୍ଥିତ ମଣ୍ଡିରେ ଖରିଫ ଧାନ କ୍ରୟ ପ୍ରକ୍ରିୟାର ଶୁଭାରମ୍ଭ ହେଉଥିବା ବେଳେ ଏଥର କୌଣସି ଚାଷୀଙ୍କ ଟୋକାନ ଆସିନଥିବାରୁ ପରମାଣପୁର ସ୍ଥିତ ଧାନ ମଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ କରଡୋଳା, ଠେମରା, ବାହାମ, ଘେନୁପାଲି, ଶାସନ ଓ ପରମାନପୁର ଅଞ୍ଚଳର ଚାଷୀଙ୍କ ପାଖକୁ ଟୋକନ ଆସିଥିଲା ।ଚାଷୀ ମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରିଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ଏକର ପିଛା ନିର୍ଦ୍ଧାରିତ ଧାନ କ୍ରୟର ପରିମାଣକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଜଳସେଚିତ ଅଞ୍ଚଳରେ ଏକର ପ୍ରତି 19 କ୍ୱିଣ୍ଟାଲ ଓ ଅଣଜଳସେଚିତ ଅଞ୍ଚଳରେ ଏକର ପ୍ରତି ଜଣେ ଚାଷୀ 13 କ୍ୱିଣ୍ଟାଲ ଧାନ ବିକ୍ରି କରି ପାରିବ ବୋଲି ରାଜ୍ୟ ସରକାର ନିର୍ଦ୍ଧାରିତ କରିଛନ୍ତି । ଏହାକୁ ଚାଷୀ ବିରୋଧ କରୁଛନ୍ତି ଓ ଏଥର ଭଲ ଅମଳ ହୋଇଥିବାରୁ ଏହି ନିର୍ଦ୍ଧାରିତ ପରିମାଣକୁ ବଢ଼େଇବାକୁ ଦାବି ହୋଇଛି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details