ଓଡିଶା

odisha

ETV Bharat / state

ସମଲେଇ ଯୋଜନା ପାଇଁ ଆରମ୍ଭ ହେଲା ଉଚ୍ଛେଦ

ସମ୍ବଲପୁର କମଲିବଜାର ଅଞ୍ଚଳରେ ସମଲେଇ ଯୋଜନା ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

By

Published : Jul 31, 2021, 8:48 PM IST

ସମଲେଇ ଯୋଜନା ପାଇଁ ଆରମ୍ଭ ହେଲା ଉଚ୍ଛେଦ
ସମଲେଇ ଯୋଜନା ପାଇଁ ଆରମ୍ଭ ହେଲା ଉଚ୍ଛେଦ

ସମ୍ବଲପୁର: ଆଜିଠୁ ଆରମ୍ଭ ହୋଇଛି ସମଲେଇ ଯୋଜନା ପାଇଁ ଉଚ୍ଛେଦ କାର୍ଯ୍ୟ। ଆଜି ସମ୍ବଲପୁର କମଲିବଜାର ଅଞ୍ଚଳରେ ସମଲେଇ ଯୋଜନା ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ଥିବା ଫିସେରୀ ବିଭାଗର ସରକାରୀ କୋଠା ଗୁଡିକୁ ଜେସିବି ଜରିଆରେ ଭଙ୍ଗାଯାଇଛି।

ସମଲେଇ ଯୋଜନା ପାଇଁ ଆରମ୍ଭ ହେଲା ଉଚ୍ଛେଦ
ସମଲେଇ ଯୋଜନା ପାଇଁ ଆରମ୍ଭ ହେଲା ଉଚ୍ଛେଦ
ସମଲେଇ ଯୋଜନା ପାଇଁ ଆରମ୍ଭ ହେଲା ଉଚ୍ଛେଦ

ସମ୍ବଲପୁର ସଦର ତହସିଲଦାର ଓ ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ହେବ ସମ୍ବଲପୁରର ସମଲେଶ୍ବରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ। ଏଥିପାଇଁ ରାଜ୍ୟ ସରକାର ସମଲେଇ ଯୋଜନାର ଘୋଷଣା କରିଥିଲେ। ଏହି ସମଲେଇ ଯୋଜନା ପାଇଁ ରାଜ୍ୟ ସରକାର 250 କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଛନ୍ତି।

ସମଲେଇ ଯୋଜନା ପାଇଁ ଆରମ୍ଭ ହେଲା ଉଚ୍ଛେଦ

ସମଲେଶ୍ବରୀ ମନ୍ଦିର ତଥା ଆଖ ପାଖର ପ୍ରାୟ 39 ଏକର ଜମିରେ ଏହି ଉନ୍ନତିକରଣ କାର୍ଯ୍ୟ ହେବ। ପାଖାପାଖି 200 ପରିବାର ଏହା ଦ୍ୱାରା ବିସ୍ଥାପିତ ହେବେ। ଆଉ ବିସ୍ଥାପିତ ମାନଙ୍କୁ ଥଇଥାନର ବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାର କରିବେ। ଏହି ଯୋଜନା ଅନୁସାରେ ମନ୍ଦିର ପରିସରରେ ହେରିଟେଜ ସେଣ୍ଟର ଓ ଯାତ୍ରୀ ସୁବିଧା କେନ୍ଦ୍ର ତିଆରି ହେବ।

ମହାନଦୀ ଓ ସମଲେଶ୍ବରୀ ମନ୍ଦିରକୁ ସଂଲଗ୍ନ କରି ରିଭର ଫ୍ରଣ୍ଟ ଡେଭଲପମେଣ୍ଟ କରାଯାଇ ମହାନଦୀ ଆଳତିର ବ୍ୟବସ୍ଥା କରାଯିବ। ସଦର ତହସିଲଦାର ଓ ଏସଏମସିର ଏନଫୋର୍ସମେଣ୍ଟ ଅଫିସରଙ୍କ ଉପସ୍ଥିତିରେ କମିଳି ବଜାର ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ହୋଇଛି।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details