ଓଡିଶା

odisha

ETV Bharat / state

ହାତିସରା ଜଙ୍ଗଲରେ ପୋଲିସ-ଅବକାରୀର ମିଳିତ ରେଡ୍‌, ୧୪୫୦ ଗଞ୍ଜେଇ ଗଛ ନଷ୍ଟ

ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅନ୍ତର୍ଗତ ହାତିସରା ଜଙ୍ଗଲ ଭିତରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ । ଜଙ୍ଗଲର 4 ଟି ଭିନ୍ନ ଭିନ୍ନ ସ୍ଥାନରେ 11 ଡିଶିମିଲ ଜମିରେ ହୋଇଥିବା ପ୍ରାୟ ୧୪୫୦ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ । ଅଧିକ ପଢନ୍ତୁ...

By

Published : Oct 28, 2021, 8:48 AM IST

ହାତିସରା ଜଙ୍ଗଲରେ ମିଳିତ ଚଢାଉ, ୧୪୫୦ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ
ହାତିସରା ଜଙ୍ଗଲରେ ମିଳିତ ଚଢାଉ, ୧୪୫୦ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ସମ୍ବଲପୁର: ଜିଲ୍ଲାର ନାକଟିଦେଉଳ ଥାନା ଅନ୍ତର୍ଗତ ହାତିସରା ଜଙ୍ଗଲ ଭିତରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ ଜଙ୍ଗଲରେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରିଛି । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

ହାତିସରା ଜଙ୍ଗଲରେ ମିଳିତ ଚଢାଉ, ୧୪୫୦ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଜଙ୍ଗଲ ଭିତରେ 4ଟି ଭିନ୍ନ ଭିନ୍ନ ସ୍ଥାନରେ 11 ଡିସିମିଲ ଜମିରେ ହୋଇଥିବା ପ୍ରାୟ ୧୪୫୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହିଭଳି ବେଆଇନ ଗଞ୍ଜେଇ ଚାଷ ହେଉଥିଲେ ପୋଲିସକୁ ସୂଚନା ଦେବାପାଇଁ ସମ୍ବଲପୁର ଏସପି ଅପିଲ କରିଛନ୍ତି। ଏହାସହ ସୂଚନା ଦେବା ବ୍ୟକ୍ତିର ନାମ ଗୁପ୍ତ ରଖାଯିବ ବୋଲି ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details