ସମ୍ବଲପୁର: ପୁଣି ସମ୍ବଲପୁରରେ ଛଅ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ । ଚିହ୍ନଟ ହୋଇଥିବା ଛଅ ନୂଆ ଅକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଆଉ ଚାରିଜଣ କଣ୍ଟାକ୍ଟ ମାମଲା । ଏହି ଚାରିଜଣ ବୁର୍ଲା ଭିସୁଟର ଅଟନ୍ତି । ଯାହା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।
ପୁଣି ସମ୍ବଲପୁରରେ 6 ନୂଆ କୋରୋନା ମାମଲା
ପୁଣି ସମ୍ବଲପୁରରେ ଛଅ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ । ଚିହ୍ନଟ ହୋଇଥିବା ଛଅ ନୂଆ ଅକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଆଉ ଚାରିଜଣ କଣ୍ଟାକ୍ଟ ମାମଲା । ଅଧିକ ପଢନ୍ତୁ...
ପୁଣି ସମ୍ବଲପୁରରେ ଛଅ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ
ଶନିବାର ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବା ସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ବୁର୍ଲା ଭିସୁଟର ଜଣେ ଅଧ୍ୟାପିକା କୋରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେରେ ଆସି ଏହି ଚାରିଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ରବିବାରକୁ ସଟଡାଉନ ଘୋଷଣା କରିଛନ୍ତି । ଆଗକୁ ଆହୁରି ସ୍ଥାନୀୟ ମାମଲା ଆସିବାର ଆଶଙ୍କା ରହିଛି ।ଏଥିପାଇଁ କୋରାନା ନିୟମ ମାନି ଚଳିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ।