ସମ୍ବଲପୁର: ଜିଲ୍ଲାରେ ଦିନକୁ ଦିନ ବଢିବାର ଲାଗିଛି ଜମି ମାଫିଆଙ୍କ ଉତ୍ପାତ । ଜମି ଦଲାଲ ମାନେ ସରକାରୀ ଜମି ହଡଫ କରି ମାଲେମାଲ ହେଉଥିବା ବେଳେ ଅତ୍ୟାଚାର ଶିକାର ହେଉଛନ୍ତି ଗରିବ ଜମିହୀନ ଲୋକେ । ଜମି ମାଫିଆଙ୍କ ଆକ୍ରୋଶର ଶିକାର ହୋଇ ଝାଙ୍କରପଡା ଅଞ୍ଚଳର 50ରୁ ଊର୍ଦ୍ଧ୍ବ ପରିବାର ସମ୍ବଲପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସମ୍ବଲପୁର ସରଲା ନିକଟସ୍ଥ ଝାଙ୍କରପଡାରେ 70 ବର୍ଷ ହେଲା ସରକାରୀ ଜମିରେ 50 ରୁ ଉର୍ଦ୍ଧ୍ବ ଗରିବ ଜମିହୀନ ପରିବାର ରହି ଆସୁଥିବା ବେଳେ ଏବେ ଏହି ସରକାରୀ ଜମିକୁ ହାତେଇବା ଲକ୍ଷ୍ୟରେ ଜମି ମାଫିଆ । ଫଳରେ ଏଠାରେ ରହୁଥିବା ଗରିବ ଜମିହୀନ ଲୋକଙ୍କୁ ଧମକ ଚମକ ଦେଇ ସେଠାରୁ ହାଠାଇ ସରକାରୀ ଜମି ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏପରିକି ରାତି 12 ଟାରେ ପଶି ମହିଳା ମାନଙ୍କୁ ଜମି ମାଫିଆ ମାନେ ଧମକ ଦେଉଥିବା ବେଳେ ରାସ୍ତା ଘାଟରେ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଉନାହାନ୍ତି ।