ଓଡିଶା

odisha

ETV Bharat / state

ସମ୍ବଲପୁର ଆଇଆଇଏମର ତୃତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସବ, 60 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ - 3rd

ସମ୍ବଲପୁର ଆଇଆଇଏମର ତୃତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସଵ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଅମୂଲ କମ୍ପାନୀର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଆର.ଏସ.ସୋଧି ଯୋଗଦେଇଥିଲେ। ତାଙ୍କ ସହ ମଞ୍ଚାସୀନ ଥିଲେ ଚେୟାରମ୍ୟାନ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏବଂ ସମ୍ବଲପୁର ଆଇଆଇଏମର ଡ଼ାଇରେକ୍ଟର ମହାଦେଓ ପ୍ରସାଦ ଜୟସବାଲ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Apr 8, 2019, 10:21 PM IST

ସମ୍ବଲପୁର: ସମ୍ବଲପୁର ଆଇଆଇଏମର ତୃତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସଵ ଅନୁଷ୍ଠିତ ହୋଇଛି। ସୋମବାର ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ(IIM )ସମ୍ବଲପୁରରେ ତୃତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସଵ ବୁର୍ଲା ଜ୍ୟୋତି ବିହାର ପରିସରରେ ଥିବା ଅସ୍ଥାୟୀ କ୍ୟାମ୍ପସରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବରେ ଅମୂଲ କମ୍ପାନୀର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଆର.ଏସ.ସୋଧି ଯୋଗଦେଇଥିଲେ। ତାଙ୍କ ସହ ମଞ୍ଚାସୀନ ଥିଲେ ଚେୟାରମ୍ୟାନ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏବଂ ସମ୍ବଲପୁର ଆଇଆଇଏମର ଡ଼ାଇରେକ୍ଟର ମହାଦେଓ ପ୍ରସାଦ ଜୟସବାଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଏହି ଉତ୍ସବରେ ଆଇଆଇଏମର 60 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲାବେଳେ ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଏଥିସହ ଏହି ଅବସରରେ ଅମୂଲର ନିର୍ଦ୍ଦେଶକ ଆରଏସ ସୋଧି ଏବଂ ଆଇଆଇଏମର ଚେୟାରମ୍ୟାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଇଆଇଏମ ଭାରତର ଏକ ପ୍ରତିଷ୍ଠିତ ସଂସ୍ଥାନ ମଧ୍ୟରୁ ଏକ ବୋଲି ଅତିଥିମାନେ ସେମାନଙ୍କ ଅଭିଭାଷଣରେ କହିଥିଲେ। ଏଥିସହ ଏଠାରେ ଡିଗ୍ରୀ ପାଉଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ବଡ଼ କମ୍ପାନୀରେ କାମ କରିବାର ସୁଯୋଗ ମିଳିଥାଏ ବୋଲି କହିଥିଲେ । ସେହିପରି ପ୍ରଫେସର ଜୟସବାଲ କହିଥିଲେ ଯେ, ଏଠାକାର ଛାତ୍ରଛାତ୍ରୀ ଦେଶ ଏବଂ ଦେଶ ବାହାରେ କାର୍ଯ୍ୟ କରି ସମ୍ବଲପୁର IIMର ନାମକୁ ଶିଖରରେ ପହଞ୍ଚାଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details