ସମ୍ବଲପୁର:ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ବର୍ତ୍ତମାନ ଏହାର ଜଳସ୍ତର 621.06 ଫୁଟରେ ପହଞ୍ଚିଛି l ଏହି ଦୃଷ୍ଟିରୁ ହୀରାକୁଦ ଡ୍ୟାମର ଆଉ 8ଟି ଗେଟ୍ ଖୋଲା ଯାଇଛି l ଗତକାଲି ପର୍ଯ୍ୟନ୍ତ 12 ଗେଟ୍ ଖୋଲା ଯାଇଥିଲା l ବର୍ତ୍ତମାନ ମୋଟ 20ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି l ଡ୍ୟାମର ବାମ ପାର୍ଶ୍ଵରେ 11ଟି ଓ ଡାହାଣ ପାର୍ଶ୍ଵରେ 9ଟି ଗେଟ୍ ଖୋଲା ରହିଛି l ଏବେ ହୀରାକୁଦର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 4ଲକ୍ଷ 88 ହଜାର 624 କ୍ୟୁସେକ ବନ୍ୟାଜଳ ଜଳ ଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ 17ଟି ଗେଟ ଜରିଆରେ ତଳ ମୁଣ୍ଡକୁ ପ୍ରାୟ 3ଲକ୍ଷ 2ହଜାର 189 କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି l
ହୀରାକୁଦର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି । ଗତକାଲି ଉପର ମୁଣ୍ଡରେ 17.92 ମିମି ଓ ତଳ ମୁଣ୍ଡରେ 1.39 ମିମି ବର୍ଷା ରେକର୍ଡ ହୋଇଥିଲା । ତେବେ ଆଜି ଉପର ମୁଣ୍ଡରେ 7.11 ମିମି ଓ ତଳ ମୁଣ୍ଡରେ 1.94 ମିମି ବର୍ଷା ରେକର୍ଡ କରାଯାଇଛି । ଶୁକ୍ରବାର ମଧ୍ୟାହ୍ନ 12ଟାରେ ଜଳସ୍ତର 616.37 ଫୁଟ ରହିଥିବା ବେଳେ ଆଜି ଏହା 621.06 ଫୁଟରେ ପହଞ୍ଚିଛି । ହୀରାକୁଦ ଡ୍ୟାମର ଜଳ ଧାରଣା କ୍ଷମତା 630 ଫୁଟ ଅଟେ । ଜଳସ୍ତର ବଢୁଥିବାରୁ ଡ୍ୟାମର ସୁରକ୍ଷା ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଆଜି ଆଉ 5ଟି ଗେଟ ଖୋଲା ଯାଇଛି । ବର୍ତ୍ତମାନ ମୋଟ 17ଟି ଗେଟ ଦେଇ ବନ୍ୟାଜଳ ଜଳ ନିଷ୍କାସିତ ହେଉଛି ।
ଏହାମଧ୍ୟ ପଢନ୍ତୁ: Hirakud dam: ବନ୍ୟା ସ୍ଥିତି ଗମ୍ଭୀର ହେବାରୁ ରୋକିଛି ହୀରାକୁଦ ଡ୍ୟାମ, ଜାଣନ୍ତୁ କେମିତି