ଓଡିଶା

odisha

ETV Bharat / state

ଭାସୁଛି ସମ୍ବଲପୁର: ଅବିଶ୍ରାନ୍ତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ଭିଜୁଛି ସମ୍ବଲପୁର। ବର୍ଷାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଣିମୟ ହୋଇଯାଇଛି। ବିଗତ 2 ଦିନ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି।

ଡିଜାଇନ ଫଟୋ

By

Published : Sep 9, 2019, 11:04 AM IST

ସମ୍ବଲପୁର: ଛେଚୁଛି ବର୍ଷା, ଭିଜୁଛି ସମ୍ବଲପୁର । ନିର୍ଘାତିଆ ବର୍ଷା ମାଡରେ ସମ୍ବଲପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ବର୍ଷାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଣିମୟ ହୋଇଯାଇଛି । ବିଗତ 2 ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି ।

ମୁଖ୍ୟତଃ 7 ତାରିଖରେ ହୋଇଥିବା ବର୍ଷାରେ ଗ୍ରାମାଞ୍ଚଳର ଅନେକ ଚାଷଜମି କ୍ଷୟକ୍ଷତି ହୋଇଥିବାବେଳେ ଅନେକ ଜମିରେ ବାଲିଚର ମାଡିଯାଇଛି । ବହୁ ସଂଖ୍ୟକ ମାଟି ଓ ଚାଳ ଘର ଭାଙ୍ଗି ଯାଇଥିବାବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତାରେ ଘାଇ ସୃଷ୍ଟି ହେବା ସହ ଯୋଗାଯୋଗ ବିଛିନ୍ନ ହୋଇଛି ।

ସମ୍ବଲପୁର ସହରାଞ୍ଚଳର ବେସରକାରୀ ସୂଚନା ଅନୁଯାୟୀ, 12ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ଜଣାପଡିଛି । ସମ୍ବଲପୁର-କୁଚିଣ୍ଡା ରାସ୍ତା, ସମ୍ବଲପୁର-ମାନେଶ୍ବର ରାସ୍ତା ସହ ଘଣ୍ଟେଶ୍ଵରୀ ରାସ୍ତା ପ୍ରଭାବିତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସଠିକ ଆକଳନ ହୋଇପାରିନାହିଁ। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ଆରଆଇଙ୍କ ରିପୋର୍ଟ ଅନୁସାରେ ଘର ଭାଙ୍ଗିଥିବା ଲୋକଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details