ଓଡିଶା

odisha

ETV Bharat / state

ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସରକାର - third wave preparation

ତୃତୀୟ ଲହରର ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ଶିଶୁଙ୍କ ପାଇଁ ଶଯ୍ୟା ଓ ଭେଣ୍ଟିଲେଟର ମହଜୁତ ଅଛି । କୋଭିଡ ନିୟମ ମାନି ସତର୍କ ରହିଲେ ଆମେ ତୃତୀୟ ଲହରକୁ ମାତ୍ ଦେଇପାରିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ...

ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସରକାର
ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

By

Published : Aug 29, 2021, 3:58 PM IST

ସମ୍ବଲପୁର: ଆଗକୁ ଆସୁଛି ତୃତୀୟ ଲହର । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତୃତୀୟ ଲହରରେ ଦୈନିକ ୪ ରୁ ୫ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହେବ । ରାଜ୍ୟଗୁଡିକରେ ଏହି ମାମଲା ଦିନକୁ ପ୍ରାୟ ୧୦ ରୁ ୨୦ ହଜାର ରହିବ । ତେବେ କୋଭିଡର ଏହି ନୂଆ ରୂପକୁ ମାତ୍ ଦେବାକୁ ପ୍ରସ୍ତୁତ ରହିଛି ଓଡିଶା । ରାଜ୍ୟ ସରକାର ନିଜେ ତୃତୀୟ ଲହରର ସମସ୍ତ ପ୍ରସ୍ତୁତି ସମ୍ପର୍କରେ ତଦାରଖ କରୁଛନ୍ତି । ଆଜି(ରବିବାର) ସମ୍ବଲପୁରରେ ଥିବା ବିକାଶ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଛି । ସାମ୍ଭାବ୍ୟ ଲହରର ମୁକାବିଲା ପାଇଁ ମେଡିକାଲ ଷ୍ଟାପମାନଙ୍କୁ ଟ୍ରେନିଂ ଦିଆଯିବା ସହ ରାଜ୍ୟ ଓ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ ହୋଇଛି । ସ୍ବତନ୍ତ୍ର SOP ତିଆରି କରାଯାଇ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ମେଡ଼ିକାଲ କଲେଜଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସବୁ ପ୍ରକାର ଔଷଧ ମହଜୁଦ ରଖିବାକୁ କୁହାଯାଇଛି ।

ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ରାଜ୍ୟରେ ଶିଶୁଙ୍କ ପାଇଁ ୨, ୩୯୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେଥିରୁ ପ୍ରାୟ ୬୧୦ଟି ICU କେବଳ ଶିଶୁଙ୍କ ପାଇଁ ସଂରକ୍ଷିତ ରହିଛି । ରାଜ୍ୟରେ ଥିବା ସରକାରୀ ମେଡିକାଲର ୧୫ ପ୍ରତିଶତ ବେଡ୍ ଅକ୍ସିଜେନ ଓ ICU ସହ ସଂରକ୍ଷିତ ରଖାଯାଇଛି । ଅନ୍ୟପଟେ ସମଗ୍ର PICU, NICU ଓ SNCUର 50 ପ୍ରତିଶତ ତୃତୀୟ ଲହର ପାଇଁ ଶିଶୁଙ୍କ ଉଦ୍ଦେଶ୍ୟରେ ରଖାଯାଇଛି । ଶିଶୁଭବନରେ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଖୋଲାଯିବା ସହ ପ୍ରାଇଭେଟ ହସ୍ପିଟାଲରେ ୫୦ ପ୍ରତିଶତ ବେଡ୍ ତୃତୀୟ ଲହର ପାଇଁ ସଂରକ୍ଷିତ ରଖାଯିବା ସଙ୍ଗେ ସଙ୍ଗେ ଶିଶୁଙ୍କ ସହ ଅଭିଭାବକଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହାମଧ୍ୟ କହିଛନ୍ତି ଯେ, କୋଭିଡକୁ ମାତ୍ ଦେବାକୁ ଆମ ପାଖରେ ଦୁଇଟି ମୁଖ୍ୟ ଅସ୍ତ୍ର ରହିଛି । ପ୍ରଥମଟି ହେଲା କୋଭିଡ ନିୟମ ଅନୁପାଳନ ଏବଂ ଦ୍ବିତୀୟଟି ହେଲା ଟୀକାକରଣ । ତେଣୁ ଟିକା ନେବା ସହ କୋଭିଡ କଟକଣା ମାନି ସତର୍କ ରହିଲେ ଆମେ ତୃତୀୟ ଲହରର ମୁକାବିଲା କରିପାରିବା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details