ସମ୍ବଲପୁର: ଜିଏମ୍ ଜୁନିୟର କଲେଜର ସ୍ଥାନାନ୍ତରଣକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜିଏମ ଜୁନିୟର ଯୁକ୍ତ 2 କଲେଜ କ୍ୟାମ୍ପସର ସ୍ଥାନାନ୍ତରକୁ ବିରୋଧ କରି ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁଯାୟୀ, ଜିଏମ ଜୁନିୟର କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ କଲେଜକୁ ସରକାରୀ ସ୍ତରରେ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ଆଧାରରେ କଲେଜକୁ ସ୍ଥାନାନ୍ତରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।