ଓଡିଶା

odisha

ETV Bharat / state

ଯୁବତୀଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କଲା ପରିବାର

ଗୁରୁତର ଅବସ୍ଥାରେ ଆହାତ ହୋଇପଡ଼ିଥିବା ଯୁବତୀଙ୍କୁ ଉଦ୍ଧାର କରିଛି ପରିବାର । କୌଣସି ଦୁର୍ବୃତ୍ତ ଅପହରଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ପରିବାର । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

By

Published : Jul 16, 2019, 6:53 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର


ସମ୍ଵଲପୁର: କତରବଗା ଥାନା ଅଞ୍ଚଳରର ଗୁରୁତର ଭାବେ ଆହତ ଥିବା ଜଣେ ଯୁବତୀଙ୍କୁ ପରିବାର ଲୋକେ ଠାବ କରିଛନ୍ତି । ଯୁବତୀ ଜଣକ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଥାନାରେ ଏତଲା ହୋଇନଥିଲେ ମଧ୍ୟ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ଯୁବତୀଙ୍କୁ ପ୍ରଥମେ ରେଙ୍ଗାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦାନ୍ତ ମାଢି ଭାଙ୍ଗିଯାଇଥିବା ଜଣାପଡଜ଼ିଛି । ଯୁବତୀଙ୍କର ଚେତା ଆସିନଥିବାରୁ କଣ ପାଇଁ ଏହା ଘଟିଛି ଜଣାପଡ଼ିନାହିଁ । ସୋମବାର ସକାଳ ପ୍ରାୟ 8 ଟା ସମୟରେ ସେ ନିଜ ଘର ଠାରୁ କିଛି ଦୂରରେ ଥିବା ଖଳା ଜଗିଥିବା ସମୟରେ କେହି ଜଣେ ଦୃର୍ବୁତ ତାଙ୍କୁ ଆକ୍ରମଣ କରିଥିବା ପରିବାର ଲୋକେ କହିଛନ୍ତି।ତେବେ କିଏ ଓ କାହିଁକି ଏପରି ଆକ୍ରମଣ କଲା ତାହା ଜଣା ପଡ଼ିନାହିଁ। ତାଙ୍କ ମୁଣ୍ଡରର ପଥର ସାହାଯ୍ୟରେ ଆଘାତ କରି ହତ୍ୟା ଉଦ୍ୟମ ହୋଇଥିବାର ସନ୍ଦେହ କରାଯାଉଛି। ତେବେ ଘଟଣାର ଅନ୍ୟ କୌଣସି ଦିଗ ଅଛି ନା ନାହିଁ ତାହା ପୋଲିସ ତଦନ୍ତ କରୁଛି।

ପରିବାର ଲୋକେ ଏ ପର୍ଯ୍ୟନ୍ତ ଥାନାରେ ଏତଲା ଦେଇନଥିଲେ ମଧ୍ୟ ପୋଲିସ ଘଟଣା ବିଷୟରେ ଖବର ପାଇବା ପରେ ବୁର୍ଲା ମେଡିକାଲକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରୁଛି। ସମ୍ବଲପୁର ସଦର SDPO ନିଜେ ବୁର୍ଲାରେ ପହଂଚି ତଦନ୍ତ ଚଳାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପରିବାର ଲୋକଙ୍କ ତରଫରୁ ଥାନାରେ କୌଣସି ଏତଲା ଦିଆଯାଇନଥିଲେ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁରରୁ ବାଦଶାହା ଯୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details