ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା ରାସେଶ୍ବରୀ ପାଣିଗ୍ରାହୀ । ସେ କହିଛନ୍ତି ଯେ ଯେଉଁଭଳି ଭାବରେ ପୂର୍ବତନ କୂଳପତିଙ୍କୁ ହତ୍ୟା କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦ । ଏଭଳି ଘଟଣା ଆଗାମୀ ଦିନରେ ନ ଘଟୁ ।
ପୂର୍ବତନ କୁଳପତିଙ୍କ ମୃତ୍ୟୁରେ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଶୋକ - former mla of sambalpur
ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ । ସେ କେବଳ ଶିକ୍ଷାବିତ ନଥିଲେ, ଅନୁ୍ଷ୍ଠାନ ଥିଲେ ବୋଲି କହିଛନ୍ତି ରାସେଶ୍ବରୀ । ଅଧିକ ପଢନ୍ତୁ...
ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ମୃତ୍ୟୁରେ ପୂର୍ବତନ ବିଧାୟିକା ରସେଶ୍ବରୀ ପାଣିଗ୍ରାହୀଙ୍କ ଶୋକ
ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ରାସେଶ୍ବରୀ କହିଛନ୍ତି, ଧ୍ରୁବରାଜ ନାୟକ ଜଣେ ବ୍ୟକ୍ତି ନଥିଲେ ସେ ଜଣେ ଅନୁଷ୍ଠାନ ଥିଲେ । ସେ ଜଣେ ଶିକ୍ଷାବିତ ହେବା ସହ ପ୍ରକୃତି ପ୍ରେମୀ ମଧ୍ୟ ଥିଲେ । ଏହା ଶିକ୍ଷା ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ପୂର୍ବତନ ବିଧାୟିକା କହିଛନ୍ତି । ସମାଜରେ ଘଟୁଥିବା ଏହିଭଳି ଘଟଣାକୁ ଆଗାମୀ ଦିନରେ ରୋକିବାକୁ ପଡିବ ବୋଲି ପୂର୍ବତନ ବିଧାୟିକା କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ