ଓଡିଶା

odisha

ETV Bharat / state

ମୁଣ୍ଡ ବିନ୍ଧାଉଛି ଅର୍ଦ୍ଧନିର୍ମିତ ଫ୍ଲାଏଓଭର, ବଢୁଛି ଟ୍ରାଫିକ ସମସ୍ୟା - road

ଅଦରକାରୀ ସ୍ଥାନରେ ତିଆରି ହେଉଛି ଫ୍ଲାଏଓଭର । ନିର୍ମାଣାଧିନ ବ୍ରିଜ ତଳେ ଯିବ ଆସିବା ସମୟରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Jun 18, 2019, 9:49 AM IST

ସମ୍ବଲପୁର: ସହରରେ ଦିନକୁ ଦିନ ବଢିଚାଲିଥିବା ଜନସଂଖ୍ୟା ଓ ଯାନବାହନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଥିବା ମୁଖ୍ୟ ସଡ଼କ ଉପରେ ଏକ ଫ୍ଲାଏଓଭର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହା ଦ୍ୱାର ସହରର ଟ୍ରାଫିକ ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଥିଲା। ତେବେ 2016 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଶେଷ ହୋଇପାରିନାହିଁ । ଏହା ଟ୍ରାଫିକ ସମସ୍ୟା ସୁଧାରିବା ପରିବର୍ତ୍ତେ ଆହୁରି ସମସ୍ୟା ସୃଷ୍ଟି କରୁଛି । ଯେଉଁଥିପାଇଁ ନିର୍ମାଣାଧିନ ବ୍ରିଜ ତଳେ ଯିବ ଆସିବା ସମୟରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ସହରର ଯେଉଁ ସ୍ଥାନରେ ଫ୍ଲାଏଓଭର ନିର୍ମାଣ କରାଯାଉଛି ତାହା ସହରବାସୀଙ୍କର କୌଣସି କାମରେ ଆସିବନି । କାରଣ ଏହି ବ୍ରିଜଟି ସହରର ଚର୍ଚ୍ଚ ଛକର ଡ଼ିଆଇଜି ଅଫିସ ପାଖରୁ ଆରମ୍ଭ ହୋଇ ସିଧା କଚେରୀ ଛକରେ ଶେଷ ହେଉଛି । ଆଉ ସହରର ପ୍ରମୁଖ ଛକ, ମାର୍କେଟ ସବୁ ବ୍ରିଜ ତଳେ ରହି ଯାଉଛି। ଯେପରିକି ସହରର ବ୍ୟବସାୟିକ ପେଣ୍ଠସ୍ଥଳ ଗୋଲ ବଜାର ମାର୍କେଟ, ଲକ୍ଷ୍ମୀ ଟକିଜ ଛକ, ଭିଏସଏସ ମାର୍ଗ, ମୋଦିପଡା ଯିବା ରାସ୍ତା ସବୁ ବ୍ରିଜ ତଳେ ଆସୁଛି । ଆଉ ସହରର ଅଧିକାଂଶ ଲୋକ ଏହି ମାର୍କେଟ ଓ ରାସ୍ତା ଉପରେ ନିର୍ଭର କରୁଥିବାରୁ ସମସ୍ତେ ଫ୍ଲାଇ ଓଭର ବ୍ରିଜ ତଳେ ଯିବା ଆସିବା କରୁଛନ୍ତି ଯାହା ଆଗକୁ ଜାରି ରହିବ ମଧ୍ୟ ।

ତେବେ ଫ୍ଲାଏଓଭର ନିର୍ମାଣକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଫ୍ଲାଏଓଭର ନିର୍ମାଣ ପରେ ବାଇପାସ ରୋଡ଼କୁ କାହିଁକି ଚଉଡ଼ା କରାଯାଇନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ଭଲନଥିବାରୁ ପୂର୍ବରୁ ଫ୍ଲାଏଓଭର ଉପରୁ ଲୁହା ପଡି ଜଣେ ଲୋକ ଗୁରୁତର ଆହତ ହୋଇଥିବାର ନଜିର ରହିଛି । ଫ୍ଲାଏଓଭର ନିର୍ମାଣ ସମୟରେ ବିକଳ୍ପ ରୋଡ଼ର ବ୍ୟବସ୍ଥା ନଥିବାରୁ ବହୁ ଟ୍ରାଫିକ ସମସ୍ୟା ଉପୁଜୁଛି।

କାର୍ଯ୍ୟରତ ଥିବା ଏହି ଫ୍ଲାଏଓଭର 2016 ମସିହା ଫେବୃଆରୀରୁ ଆରମ୍ଭ ହୋଥିବାବେଳେ 2017 ମେ ମାସ ସୁଦ୍ଧା ଏହାର କାମ ସାରିବାକୁ ସରକାରୀ ନିର୍ଦ୍ଦେଶ ଥିଲା। ପ୍ରଥମେ ଏହାର ବ୍ୟୟ ଅଟକଳ ଥିଲା 63 କୋଟି 38 ଲକ୍ଷ। ପରେ 3 ଥର ଏହାର ମୂଳ ଡିଜାଇନକୁ ପରିବର୍ତ୍ତନ କରି ବ୍ୟୟ ଅଟକଳକୁ 143 କୋଟି କରାଯାଇଥିଲା। ପ୍ରଥମେ ଏହାର ଦୀର୍ଘତା 1540 ମିଟର ଥିବା ବେଳେ ପରବର୍ତ୍ତୀ ସମୟରେ ଏହାର 1880 ମିଟର ଲମ୍ବା କରାଯିବ ବୋଲି ନିଷ୍ପତ୍ତି କରାଯାଇଥିଲା। ଅନ୍ୟପଟେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତିଯେ, 2019 ଭିତରେ ଫ୍ଲାଏଓଭର କାମ ସାରିବାକୁ ନିର୍ମାଣ କରୁଥିବା ସଂସ୍ଥାକୁ ଟାର୍ଗେଟ ଦିଆଯାଇଛି।

ସମ୍ବଲପୁରରୁ ବାଦସାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details