ସମ୍ବଲପୁର: ରେଳବାଇ ଫ୍ଲାଇ ଓଭର ନଥିବାରୁ ପ୍ରତିଦିନ ଯିବା ଆସିବାରେ ହଇରାଣ ହେବା ଯୁଜୁମୁରା ବାସୀଙ୍କ ପାଇଁ ଏବେ ଏକ ସ୍ବାଭାବିକ କଥା । ସମ୍ବଲପୁର କଟକ ରାଜରାସ୍ତାରୁ ଯୁଜୁମୁରା ବ୍ଲକ ହେଡକ୍ବାଟରକୁ ସଂଯୋଗ କରୁଥିବା ରାସ୍ତାରେ ପଡୁଥିବା ରେଳବାଇ କ୍ରସିଂ ଏହାର ମୁଖ୍ୟ କାରଣ ପାଲଟିଛି । ଦୀର୍ଘ ବର୍ଷ ହେବ ଯୁଜୁମୁରାବାସୀ ଏହି ସମସ୍ୟା ସହ ସଂଘର୍ଷ କରୁଥିବା ବେଳେ ବର୍ତ୍ତମାନ ଏଠାରେ ଏକ ଫ୍ଲାଏଓଭର ବ୍ରିଜ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ସମ୍ବଲପୁର କଟକ ରାଜରାସ୍ତା ଯୁଜୁମୁରା ଛକରୁ 2 କିମି ଭିତରକୁ ରହିଛି ଯୁଜୁମୁରା ବ୍ଲକ ମୁଖ୍ୟାଳୟ । ଏହାସହ ଏହାର ଆଖପାଖରେ ରହିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଆରଆଇ ଅଫିସ ଓ ସ୍କୁଲ । ଏହି ସ୍ଥାନକୁ ଯିବା ପାଇଁ ଯୁଜୁମୁରା ବ୍ଲକର 18ଟି ପଞ୍ଚାୟତରୁ 14ଟି ପଂଚୟତର ଲୋକଙ୍କୁ ଏହି ରେଳବାଇ ଲେଭେଲ କ୍ରସିଂ ପାର ହେବାକୁ ଯିବାକୁ ପଡେ ।