ସମ୍ବଲପୁର:ଆତଙ୍କ ଖେଳାଉଛି ଜଙ୍ଗଲୀ ବାରହା । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଆମଲିପାଣି ଅଞ୍ଚଳରେ ବାରହା ଆତଙ୍କ ଦେଖାଯାଇଛି । ଜଙ୍ଗଲକୁ ଯାଇଥିବାବେଳେ ବାରହା ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ୫ ଜଣ ଗୁରୁତର ଆତହ ହୋଇଛନ୍ତି l ଆହତଙ୍କ ମଧ୍ୟରେ ୪ ଜଣ ଆମିଲିପାଣି ନିବାସୀ ହୋଇଥିବା ବେଳେ ଜଣେ କୟାକୁଦ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ଅଛନ୍ତି । ଗତକାଲି(ସୋମବାର) ସେମାନେ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଯୁଜୁମୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଏହାମଧ୍ୟ ପଢନ୍ତୁ: ଟ୍ରେନ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା ପୋଲିସ
ସୂଚନା ଅନୁସାରେ, ସୋମବାର ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ । ଏହି ସମୟରେ ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ବାରହା ଛକି ବସିଥିଲା । ସେମାନେ ଯାଉଥିବା ବେଳେ ବାଟରେ ହଠାତ୍ ଜଙ୍ଗଲୀ ବାରହା ସମସ୍ତଙ୍କ ଉପରକୁ ଆକ୍ରମଣ କରିଥିଲା । କେହି କିଛି ବୁଝିବା ଆଗରୁ ବାରହା ଜଣକ ପରେ ଜଣକୁ ଆକ୍ରମଣ କରିଥିଲା । ଏଥିରେ ଜଣେ ନାବାଳିକାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଯୁଜୁମୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ଓଡ଼ିଶା କୃଷକମାନଙ୍କର ଆୟ ଦ୍ବିଗୁଣିତ ହେବା ପରିବର୍ତ୍ତେ କମି ଯାଉଛି: କଂଗ୍ରେସ