ଓଡିଶା

odisha

ETV Bharat / state

ସମ୍ବଲପୁରରେ ଚଳିତ ବର୍ଷର ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଚଳିତ ବର୍ଷର ପ୍ରଥମ ଜିଲ୍ଲା ପରିଷଦ ବୈଠକ ମଙ୍ଗଳବାର ପିଡିଡିଆରଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଓ ଆଗାମୀ ଦିନର ଯୋଜନା ଉପରେ ଆଲୋଚନା କରାଯାଇଥିଲା ।

By

Published : Jul 10, 2019, 4:15 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଚଳିତ ବର୍ଷର ପ୍ରଥମ ଜିଲ୍ଲା ପରିଷଦ ବୈଠକ ମଙ୍ଗଳବାର ପିଡିଡିଆରଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପିଡ଼ିଡିଆରଡିଏ ସହ ଜିଲ୍ଲା ପ୍ରଶାସନର ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ ଉପସ୍ଥିତ ରହିଥିଲେ । ଏଥିସହ ଜିଲ୍ଲାର 3 ଜଣ ବିଧାୟକ ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଓ ଆଗାମୀ ଦିନର ଯୋଜନା ଉପରେ ଆଲୋଚନା କରାଯାଇଥିଲା । ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା, ଓଡିଶା ଲାଇଭଲିହୁଡ଼ ମିଶନ, ରୁରାଲ ହାଉସିଂ, ଓରମାସ ଆଦି ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା । ଏହାସହ ଚାଷୀ ଓ କୃଷି ସମସ୍ୟା ବିଶେଷ କରି ଇନପୁଟ ସବସିଡି, ବିହନ ଓ ସାର ସହ ବିଭିନ୍ନ ପ୍ରକାରର କୀଟନାଶକ କିପରି ଭାବେ ଚାଷୀମାନେ ସୁବିଧାରେ ପାଇ ପାରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା ।

ସେହିପରି ଉପାନ୍ତ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ବର୍ଷା ଜଳ ସଂରକ୍ଷଣ ତଥା ପୋଖରୀ ଖୋଳାଯିବ ସହ ପୁରୁଣା ପୋଖରୀଗୁଡିକୁ କିପରି ପୁନରୁଦ୍ଧାର କରାଯିବ ତାହା ଉପରେ ଆଲେଚନା ହୋଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details