ଓଡିଶା

odisha

ETV Bharat / state

ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ

କୋଭିଡ ମହାମାରୀ ସମୟରେ ଚିନ୍ତା ବଢ଼ାଉଛି ବ୍ଲାକ ଫଙ୍ଗସ । ବର୍ତ୍ତମାନ ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲରେ ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ
ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ

By

Published : May 21, 2021, 10:44 AM IST

ସମ୍ବଲପୁର: କୋଭିଡ ମହାମାରୀ ସମୟରେ ଚିନ୍ତା ବଢ଼ାଉଛି ବ୍ଲାକ ଫଙ୍ଗସ । ବର୍ତ୍ତମାନ ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲରେ ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତାଙ୍କୁ ବୁର୍ଲା ମେଡ଼ିକାଲର ଇଏନଟି ବିଭାଗରେ ଚିକିତ୍ସା କରାଯାଉଛି । ତେବେ ସମ୍ପୃକ୍ତ ରୋଗୀଙ୍କ ବାୟୋପସି ପରୀକ୍ଷା ପାଇଁ ପଠାଯାଇଥିବା ଭୀମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି।

ତେବେ ପରୀକ୍ଷା ରିପୋର୍ଟ ଆସିଲା ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଏହି ରୋଗୀ ବ୍ଲାକ ଫଙ୍ଗସ ରୋଗର ଲକ୍ଷଣ 100 ପ୍ରତିଶତ ଥିବା ନିର୍ଦ୍ଦେଶକ କହିଛନ୍ତି । ପରୀକ୍ଷା ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ରୋଗୀ ଜଣକ ବରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details