ଓଡିଶା

odisha

ETV Bharat / state

ଫାଷ୍ଟଫୁଡ଼ ଦୋକାନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତିଲେ ଲୋକେ

ବୁଢାରାଜା ବଜାରରେ ଅଗ୍ନିକାଣ୍ଡ । ଫାଷ୍ଟଫୁଡ଼ ଦୋକାନରେ ଗ୍ୟାସ ନିକ ହୋଇ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଗ୍ରାହକଙ୍କ ସମେତ ସ୍ଥାନୀୟ ଲୋକେ ।

By

Published : Aug 18, 2019, 9:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ବୁଢ଼ାରାଜା ସ୍ଥିତ ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ । ଜନଗହଳି ସ୍ଥାନରେ ଲାଗିଥିଲା ଏହି ନିଆଁ । ଖବର ପାଇବା ପରେ ତତକ୍ଷାଣତ୍ ପହଁଚିଥିଲା ଅଗ୍ନିଶମ ବିଭାଗ । ଫଳରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ ।

ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ

ଗ୍ୟାସ ଲିକ୍ ଘଟି ଦୋକାନରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିଶମ ବିଭାଗ ସଠିକ ସମୟରେ ପହଁଚିବା ସହ ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟ କ୍ଷତି ହୋଇନଥିବା ବେଳେ କୌଣସି ଲୋକ ଆହାତ ହୋଇନଥିବା ସୂଚନା ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details