ଓଡିଶା

odisha

ETV Bharat / state

ଧାନ ବିକ୍ରି ସମସ୍ୟା, ସିଏସଓଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେଲେ ଅସନ୍ତୁଷ୍ଟ ଚାଷୀ !

ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ହତ୍ୟା ଧମକ ଦେଲେ ଅସନ୍ତୁଷ୍ଟ ଚାଷୀ । ତେବେ ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡର ନାକଟିଦେଉଳ ଓ ଧମା ଅଞ୍ଚଳର କିଛି ଚାଷୀ ଧାନ ବିକ୍ରିରେ ଟୋକନ ଓ ଟାର୍ଗେଟ ଜନିତ ସମସ୍ୟା ପାଇଁ ସିଏସଓଙ୍କ ସହ ଆଲୋଚନା ସମୟରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

By

Published : Jan 7, 2021, 2:06 PM IST

ଚାଷୀଙ୍କ ଧାନ ବିକ୍ରି ସମସ୍ୟା, ସିଏସଓଙ୍କୁ ହତ୍ୟା ଧମକ ଦେଲେ ଅସନ୍ତୁଷ୍ଟ ଚାଷୀ!
ଚାଷୀଙ୍କ ଧାନ ବିକ୍ରି ସମସ୍ୟା, ସିଏସଓଙ୍କୁ ହତ୍ୟା ଧମକ ଦେଲେ ଅସନ୍ତୁଷ୍ଟ ଚାଷୀ!

ସମ୍ବଲପୁର: ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ହତ୍ୟା ଧମକ ଦେଲେ ଅସନ୍ତୁଷ୍ଟ ଚାଷୀ । ତେବେ ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡର ନାକଟିଦେଉଳ ଓ ଧମା ଅଞ୍ଚଳର କିଛି ଚାଷୀ ଧାନ ବିକ୍ରିରେ ଟୋକନ ଓ ଟାର୍ଗେଟ ଜନିତ ସମସ୍ୟା ପାଇଁ ସିଏସଓଙ୍କ ସହ ଆଲୋଚନା ସମୟରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଟାର୍ଗେଟ ଓ ଟୋକାନ ସମସ୍ୟା ଯୋଗୁଁ ଚାଷୀଙ୍କ ଅମଳ ହୋଇଥିବା ଧାନ ଖଳାରେ ପଡି ରହିଥିବା ବେଳେ ଉପରେ ହାତୀ ଉପଦ୍ରବର ଭୟ । ‘ତେବେ ଯଦି ହାତୀ ଆମକୁ ଦଳି କି ମରିଦିଏ ମୁ କହୁଛି ମୁ ଆପଣଙ୍କୁ ଦଳିକି ମାରି ଦେବି !’ ଧାନ ବିକ୍ରି ସମସ୍ୟାରେ ଅତିଷ୍ଟ ଓ ଜର୍ଜରିତ ଜଣେ ଚାଷୀ ଭାବବିହ୍ଵଳ ହୋଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜିଲାର କେତେକ ପ୍ରମୁଖ ବିଜେପି ନେତା ଓ ଚାଷୀଙ୍କ ସମ୍ମୁଖରେ ଏମିତି କଥା କହିଥିଲେ ।

ଚାଷୀଙ୍କ ଧାନ ବିକ୍ରି ସମସ୍ୟା, ସିଏସଓଙ୍କୁ ହତ୍ୟା ଧମକ ଦେଲେ ଅସନ୍ତୁଷ୍ଟ ଚାଷୀ!

ସମ୍ବଲପୁର ଜିଲ୍ଲାର ନାକଟିଦେଉଳ, ବାଟ ଗାଁ ଅଞ୍ଚଳର ପ୍ରାୟ 2000 କ୍ବିଣ୍ଟାଲ ଧାନ ପଡି ରହିଥିବା ଅଭିଯୋଗ ହୋଇଥିବା ବେଳେ ଚାଷୀ ନିଜର ଅମଳ ଧାନକୁ ଶୀତ କାକରରେ ଜଗି ରହୁଛି । କାରଣ ଏଭଳି ସ୍ଥିତିରେ ହାତୀର ଭୟ ସହ ଚୋରି ହେବାର ସମସ୍ୟା ଘାରୁଛି ଚାଷୀଙ୍କୁ । ଏହି ସମସ୍ୟା ନେଇ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ପ୍ରମୁଖ ନେତା ଗୋବିନ୍ଦ ଅଗ୍ରୱାଲ, ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ରେଢ଼ାଖୋଲ ଅଞ୍ଚଳର ଚାଷୀଙ୍କୁ ନେଇ ସମ୍ବଲପୁର ସି ଏସ ଓ କାର୍ଯ୍ୟାଳୟ ଯାଇ ସିଏସଓଙ୍କୁ ଘେରାଉ କରିଥିଲେ ।

ଉତ୍ତେଜନା ଏମିତି ବୃଦ୍ଧି ପାଇଥିଲା ଯେ କିଛି ଚାଷୀ ଭାବ ବିହ୍ଵଳ ହୋଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ବହୁ ଯୁକ୍ତି କରିଥିଲେ । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।



ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details