ସମ୍ବଲପୁର: ପୁଣି ଆନ୍ଦୋଳନରେ ଚାଷୀ । ମୁଖ୍ୟତଃ ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବହୁ ଅସୁବିଧା ହେଉଥିବା ଅଭିଯୋଗ କରି ଆଜି(ମଙ୍ଗଳବାର) ସମ୍ବଲପୁରର ଚାଷୀ ଏହାର ଉଚ୍ଛେଦ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦିନ 11 ଟାରୁ ସମ୍ବଲପୁର ବାରେଇପାଲି ଛକ ଠାରେ ମୁମ୍ବାଇ କୋଲକାତା ରାଜରାସ୍ତାକୁ ଅବରୋଧ କରିଛନ୍ତି ।
ଟୋକନ ବ୍ୟବସ୍ଥାକୁ ବିରୋଧ: ମୁମ୍ବାଇ-କୋଲକାତା ରାଜରାସ୍ତା ଅବରୋଧ - ଟୋକନ ବ୍ୟବସ୍ଥାକୁ ବିରୋଧ
ପୁଣି ଚାଷୀ ଆନ୍ଦୋଳନ । ସମ୍ବଲପୁର ବରେଇପାଲି ଛକ ନିକଟରେ ରାଜରାସ୍ତା ଅବରୋଧ କରିଛନ୍ତି ଶହଶହ ଚାଷୀ ।
ଟୋକନ ବ୍ୟବସ୍ଥାକୁ ବିରୋଧ
ସମ୍ବଲପୁର ବାରେଇପାଲି ଛକ ନିକଟରେ ରାଜରାସ୍ତା ଅବରୋଧ କଲେ ଚାଷୀ । ଟୋକନ ବ୍ୟବସ୍ଥାକୁ ବିରୋଧ କରି ସୋମବାର ସିଏସଓ ଅଫିସ ଘେରିଥିବାବେଳେ ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚାଷୀ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Dec 17, 2019, 8:38 PM IST