ଓଡିଶା

odisha

ETV Bharat / state

ବିଳମ୍ବରେ ଧାନ କିଣୁଛି ପ୍ରଶାସନ, ଅଭିଯୋଗ ଆଣିଲେ ଚାଷୀ ସଙ୍ଗଠନ

ବିଳମ୍ବରେ ଧାନ କିଣୁଛି ପ୍ରଶାସନ । ପ୍ରତ୍ୟେକ ବର୍ଷ ସମ୍ବଲପୁର ଜିଲ୍ଲାରେ ନଭେମ୍ବର ପ୍ରଥମ ସପ୍ତାହରେ ଧାନ ସଂଗ୍ରହ ହେଇଥାଏ । ମାତ୍ର ଚଳିତ ବର୍ଷ ନଭେମ୍ବର 25ରେ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହି ନଷ୍ପତ୍ତିକୁ ନେଇ ଚାଷୀ ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

By

Published : Nov 10, 2022, 3:19 PM IST

ବିଳମ୍ବରେ ଧାନ କିଣୁଛି ପ୍ରଶାସନ
ବିଳମ୍ବରେ ଧାନ କିଣୁଛି ପ୍ରଶାସନ

ସମ୍ବଲପୁର:ବିଳମ୍ବରେ ଧାନ କିଣୁଛି ପ୍ରଶାସନ । ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର 25 ରୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଯାଇଛି । ଏହି ନଷ୍ପତ୍ତିକୁ ନେଇ ଚାଷୀ ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିବା ସହ ମିଲରଙ୍କ ସୁବିଧା ପାଇଁ ପ୍ରଶାସନ ବିଳମ୍ବରେ ଧାନ କିଣୁଥିବା ଅଭିଯୋଗ କରିଛି ।

ବିଳମ୍ବରେ ଧାନ କିଣୁଛି ପ୍ରଶାସନ

ସଙ୍ଗଠନ ଅଭିଯୋଗ କରିଛି ଯେ, ମିଲରଙ୍କ ସୁବିଧା ପାଇଁ ଜିଲ୍ଳା ପ୍ରଶାସନ ବିଳମ୍ବରେ ଧାନ ସଂଗ୍ରହ ଆରମ୍ଭ କରୁଛି । ଏହା ଦ୍ୱାରା ମିଲରମାନେ ଚାଷୀଙ୍କ ବାଧ୍ୟବାଧକତାର ଫାଇଦା ନେଇ ସରକାରୀ ମୂଲ୍ୟରୁ କମ ଦାମରେ ଧାନ କିଣି ଚଢା ଦରରେ ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ବିକ୍ରି କରିବେ ।

ଏହା ମଧ୍ୟ ପଢନ୍ତୁ: T20 World Cup: କଟକରେ କ୍ରିକେଟ କ୍ରେଜ୍‌, ଭାରତ ଟ୍ରଫି ଜିତିବ କହିଲେ ଫ୍ୟାନ୍ସ

ମିଲରଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଜାଣି ଶୁଣି ବିଳମ୍ବରେ ଧାନ ସଂଗ୍ରହ ଆରମ୍ଭ କରୁଛି । ପ୍ରତ୍ୟେକ ବର୍ଷ ସମ୍ବଲପୁର ଜିଲ୍ଲାରେ ନଭେମ୍ବର ପ୍ରଥମ ସପ୍ତାହରେ ଧାନ ସଂଗ୍ରହ ହେଇଥିବା ବେଳେ ଚଳିତ ବର୍ଷ ନଭେମ୍ବର 25ରେ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ଚାଷୀ ନିଜର ଲେବର ପେମେଣ୍ଟ ତଥା ଅନ୍ୟାନ୍ୟ ଖର୍ଚ୍ଚର କରଜ ଶୁଝିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ଚାଷୀ ବାଧ୍ୟ ହୋଇ ମିଲରମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରୁ କମ ଦରରେ ଧାନ ବିକ୍ରି କରିବେ ବୋଲି ସଙ୍ଗଠନ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ: Gujarat assembly Poll: ପ୍ରାର୍ଥୀ ତାଲିକା ଘୋଷଣା କଲା BJP, ଜାମନଗରରୁ ଲଢିବେ ଜାଡେଜାଙ୍କ ପତ୍ନୀ

ମିଲରମାନେ କ୍ୱିଣ୍ଟାଲ ପିଛା 1200 ରେ ଧାନ କିଣି ଦକ୍ଷିଣ ଭାରତର ବ୍ୟବସାୟୀଙ୍କୁ 2ଗୁଣ ଦରରେ ଧାନ ବା ଚାଉଳ ବିକ୍ରି କରିବେ । ଏହାସହ ଗତବର୍ଷ ମିଲରମାନେ ବେଆଇନ ଭାବେ ଦକ୍ଷିଣ ଭାରତର ବ୍ୟବସାୟୀଙ୍କୁ ଚାଉଳ ବିକ୍ରି କରିଥିବା ବେଳେ ଏଥର ବିଳମ୍ବରେ ଧାନ ସଂଗ୍ରହ ହେଉଥିବାରୁ ଏହା ପୂର୍ବରୁ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନ କିଣି ନିଜର ଖାଲିଥିବା ଷ୍ଟକ ପୁରା କରିବେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଉପରେ ଚାପ ପକାଇ ଏଥର ବିଳମ୍ବରେ ଧାନ ସଂଗ୍ରହ କରିବାକୁ କୁହାଯାଇଛି ବୋଲି ଚାଷୀ କହିଛନ୍ତି ।

ତେବେ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାସହ ଗତବର୍ଷ FCI ଚାଉଳ କିଣିବାରେ 2 ମାସ ବିଳମ୍ବ କରିଥିବାରୁ ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ 15 ଦିନ ବିଳମ୍ବ ହୋଇଛି ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details