ଓଡିଶା

odisha

ETV Bharat / state

ଋଣ ଚିନ୍ତା: ସମ୍ବଲପୁର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ - Crop loss and bank lone

ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ଚାଷୀ ଜଣକ ହେଲେ ନୂଆବରଙ୍ଗାମାଲ ପଞ୍ଚାୟତ ଖଇରମାଲ ଗ୍ରାମର ଚାଷୀ ଅବଧୂତ ପ୍ରଧାନ (45) । ଚାଷ କ୍ଷତି ସହ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି |

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 4, 2019, 2:35 PM IST

ସମ୍ବଲପୁର: ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ | ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ଚାଷୀ ଜଣକ ହେଲେ ନୂଆବରଙ୍ଗାମାଲ ପଞ୍ଚାୟତ ଖଇରମାଲ ଗ୍ରାମର ଚାଷୀ ଅବଧୂତ ପ୍ରଧାନ (45) । ଚାଷ କ୍ଷତି ସହ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ସୂଚନା ଅନୁସାରେ ସମ୍ବଲପୁରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ 7ଦିନ ଚିକିତ୍ସା ପରେ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ସେ ନିଜର 5 ଏକର ଓ 2 ଏକର ଜମି ଭାଗ ନେଇ ଚାଷ କରୁଥିଲେ । ସ୍ବଳ୍ପ ବୃଷ୍ଟି ଫଳରେ ଚିନ୍ତାରେ ଭାଙ୍ଗି ପଡିଥିଲେ ଅବଧୂତ । ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଧାର ଉଧାର ସହ କୋ-ଅପରେଟିଭ ସୋସାଇଟିରୁ କରିଥିବା ଋଣ ମିଶି ତାଙ୍କ ଉପରେ ପ୍ରାୟ 5 ଲକ୍ଷ୍ ଋଣ ଥିବାରୁ ଅବଧୁତ ଚାପରେ ଥିଲେ ବୋଲି ପୁଅ ମନୋଜ ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details