ଓଡିଶା

odisha

ETV Bharat / state

ପଦ୍ମଶ୍ରୀ ପାଇବା ପରେ ମିତ୍ରଭାନୁ ଗୌନ୍ତିଆଙ୍କ ପ୍ରତିକ୍ରିୟା - ସମ୍ବଲପୁରୀ ଗୀତିକାର

ପ୍ରସିଦ୍ଧ ସମ୍ବଲପୁରୀ ଗୀତିକାର ତଥା ରଙ୍ଗବତୀ ଗୀତର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ ପଦ୍ମଶ୍ରୀ ପାଇବା ନେଇ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସେ । କ’ଣ କହିଲେ ସେ ଶୁଣନ୍ତୁ...

Mitrabhanu gountia
Mitrabhanu gountia

By

Published : Jan 26, 2020, 5:38 PM IST

ସମ୍ବଲପୁର: 71 ତମ ସାଧାରଣତନ୍ତ୍ର ଅବ୍ୟବହିତ ପୂର୍ବ ସଂଧ୍ୟାରେ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଯେଉଁଥିରେ ରାଜ୍ୟରୁ 10 ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି 10 ଜଣଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁରର ପ୍ରସିଦ୍ଧ ସମ୍ବଲପୁରୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ।

ପଦ୍ମଶ୍ରୀ ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମିତ୍ରଭାନୁ ଗୌନ୍ତିଆ। ଏନେଇ ସେ କହିଛନ୍ତି ଏଥିପାଇଁ ବହୁତ ଗର୍ବିତ। ସମ୍ବଲପୁର ସଙ୍ଗୀତ କ୍ଷେତ୍ରରେ ତାଙ୍କର 60 ବର୍ଷର ସଙ୍ଗୀତ ସାଧନାର ଫଳ ମିଳିଥିବା ସେ କହିଛନ୍ତି। ଏହାସହ ସମ୍ବଲପୁର ସଙ୍ଗୀତ ପାଇଁ ସେ କରିଥିବା ସାଧାନକୁ ଭାରତ ସରକାର ସ୍ବୀକୃତି ଦେଇଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି। ଏହାସହ ସମ୍ବଲପୁରୀ ସଙ୍ଗୀତର ପ୍ରଚାର ପ୍ରସାର ପ୍ରଥମେ ଆକାଶବାଣୀ ସମ୍ବଲପୁର ଓ ଦୂରଦର୍ଶନ ଜରିଆରେ ହୋଇଥିଲା। ଏହା ଦ୍ବାରା ତାଙ୍କୁ ପରିଚୟ ମିଳିଥିଲା । ସେଥିପାଇଁ ଏହି ଦୁଇ ଅନୁଷ୍ଠାନକୁ ସେ ଧନ୍ୟବାଦ ଜଣାଇଛନ୍ତି।

ଏହାସହ ଓଡିଶାବାସୀଙ୍କ ଭଲ ପାଇବା ଓ ସ୍ନେହ ପାଇଁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି। ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ମିଳିବା ଖବର ଜଣାପଡିବା ପରେ ତାଙ୍କ ପୈତୃକ ଗାଁ କୁଚିଣ୍ଡା ଉପଖଣ୍ଡର ଵିଲୁଙ୍ଗ ଗାଁକୁ ବିଭିନ୍ନ ବର୍ଗର ଲୋକ ଯାଇ ଶୁଭେଚ୍ଛା ଜଣାଉଛନ୍ତି।

ପଦ୍ମଶ୍ରୀ ପାଇବା ପରେ ମିତ୍ରଭାନୁ ଗୌନ୍ତିଆଙ୍କ ପ୍ରତିକ୍ରିୟା

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details