ସମ୍ବଲପୁର: ସମ୍ବଲପୁରରେ ଏକ ବଡ ଧରଣର ନକଲି ନୋଟ ରାକେଟର ପର୍ଦ୍ଦାଫାଶ । ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରିବା ସହ ଏହି ଘଟଣାରେ ବରଗଡ ଓ ଛତିଶଗଡର ୬ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡର ଭଟଲି ଗୋପାଲପୁରର ସାଗର ସାହା, ଅଶୋକ ସାହୁ, ବରଗଡ ଅମ୍ବାଭୋନାର ଶିବ ଶଙ୍କର ବନିଆ, ଅମ୍ବାଭୋନା କାଶିପାଲିର ଗୁଣନିଧି ଭୋଇ, ଛତିଶଗଡ ରାୟଗଡ କୋଶିରସତ୍ଯନାରାୟଣ ନିରାଲୀ, ଅଭିରାମ ଝାଙ୍ଗଡେ । ତେବେ ଏହାର ଲିଙ୍କ ଅନ୍ତଃରାଜ୍ଯ ରହିଥିବାବେଳେ ଏସବୁ ଟଙ୍କା ଚାଲାଣ ହେଉଥିଲା ।
ସମ୍ବଲପୁରରେ ନକଲି ନୋଟ ରାକେଟର ପର୍ଦ୍ଦାଫାଶ, 6 ଗିରଫ - fake currency racket detected in sambalpur
ସମ୍ବଲପୁରରେ ଏକ ବଡ ଧରଣର ନକଲି ନୋଟ ରାକେଟର ପର୍ଦ୍ଦାଫାଶ । ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରିବା ସହ ଏହି ଘଟଣାରେ ବରଗଡ ଓ ଛତିଶଗଡର ୬ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଅଧିକ ପଢନ୍ତୁ...

ସମ୍ବଲପୁରରେ ନକଲି ନୋଟ ରାକେଟର ପର୍ଦ୍ଦାଫାଶ, 6 ଗିରଫ
ସମ୍ବଲପୁରରେ ନକଲି ନୋଟ ରାକେଟର ପର୍ଦ୍ଦାଫାଶ, 6 ଗିରଫ
ଏପଟେ ପୋଲିସର ଶତଚେଷ୍ଟା ସତ୍ତ୍ବେ ନକଲି ନୋଟ ରାକେଟ ବନ୍ଦ ହୋଇପାରୁନାହିଁ । ଏହି ଜବତ ୧୩ ଲକ୍ଷ ୮୫ ହଜାର ମଧ୍ୟରେ ୨ହଜରା ଟଙ୍କିଆ ନୋଟ , ୫୦୦ ଟଙ୍କିଆ , ୧୦୦ ଟଙ୍କିଆ ନୋଟ ରହିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ସୂଚନା ଦେଇଛନ୍ତି ଏସପି । ତେବେ ଏମାନଙ୍କଠାରୁ ଗୋଟିଏ ମଟର ସାଇକେଲ, ଧଳା ପେପର ବଣ୍ଡଲ, କଟର ମେସିନ, ପ୍ରିଣ୍ଟର ଓ ହ୍ବାଇଟନର୍ ଜବତ ହୋଇଛି ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ