ସମ୍ବଲପୁର: ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡିଶା । ସବୁଆଡେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ଗଣପର୍ବ ପାଇଁ ବାଦ୍ ପଡିନି ସମ୍ବଲପୁର ସହର । ନୂଆଖାଇ ପୂର୍ବରୁ ଗଣେଶ ପୂଜା ଛୁଟି ଥିବାରୁ ସମସ୍ତେ ଏବେ ଘରମୁହାଁ ।
ଏକତାବଦ୍ଧ ଜୀବନଯାପନ ଦର୍ଶନର ନିଦର୍ଶନ ହେଉଛି ନୂଆଖାଇ ପର୍ଵ । ପରମ୍ପରା ଅନୁଯାୟୀ ପରିବାରର ସମସ୍ତ ସଦସ୍ୟ ଏକାଠି ନୂଆଖାଇ ପାଳନ କରିଥାନ୍ତି । ସେଥିପାଇଁ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଦିନ ପାଇଁ ନିଜ ନିଜ ଘର ବାହୁଡା ହୋଇଥାନ୍ତି । ଯାହାର ପ୍ରଭାବ ଆଜି ସମ୍ବଲପୁର ରେଳଷ୍ଟେସନକେ ଦେଖିବାକୁ ମିଳିଛି ।