ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ । ସମ୍ବଲପୁର ଯୁଜୁମୁରା ବ୍କକ ସଦର ରେଞ୍ଜ ଅଞ୍ଚଳରେ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

elephant-death-electric-shock-in-jujumura-forest-range-of-sambalpur
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ, ଶିକାରୀଙ୍କ ହାତ ଥିବା ସନ୍ଦେହ

By

Published : Mar 4, 2020, 11:12 PM IST

ସମ୍ବଲପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ । ସମ୍ବଲପୁର ଯୁଜୁମୁରା ବ୍କକ ସଦର ରେଞ୍ଜ ଅଞ୍ଚଳରେ ହାତୀର ମୃତଦେହ ଠାବ କରାଯାଇଛି । ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଛି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ, ଶିକାରୀଙ୍କ ହାତ ଥିବା ସନ୍ଦେହ

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ଇଛାପାଲ ଗ୍ରାମ ନିକଟ ଜଙ୍ଗଲରେ ମଙ୍ଗଳବାର ରାତିରେ ହାତୀ ତସ୍କରୀରେ ସାମିଲ ଥିବା ଅପରାଧି ମାନେ ହାତୀଟିକୁ ମାରିବା ପାଇଁ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ। ରାତିରେ ହାତୀଟି ଜଙ୍ଗଲରେ ବୁଲୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ହାତୀ ଦାନ୍ତ ଚୋରି କରୁଥିବା ଲୁଟେରାମାନେ ହାତୀଟିକୁ ଗୁଳି ମାରିଥିଲେ । ଗୁଳି ହାତୀର ଦୁଇ ଗୋଡରେ ବାଜିଥିଲା । ଏହି ଘଟଣା 7 ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୋଲିସ, ବିଦ୍ୟୁତ ବିଭାଗ ଓ ଜଙ୍ଗଲ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ହାତୀ ହତ୍ୟା ପଛରେ କେହି ସ୍ଥାନୀୟ ଲୋକ ସମ୍ପୃକ୍ତ ଅଛନ୍ତି ନା କୌଣସି ବଡ ରାକେଟ ଏଥିରେ କାମ କରୁଛି ତାହା ତଦନ୍ତ ପରେ ଜଣାପଡିବ। ହେଲେ ଏହି ଘଟଣା ନୂଆ ନୁହେଁ ପୂର୍ବରୁ 2014 ରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ପୂର୍ବରୁ ଦୁର୍ବୃତ୍ତମାନେ ଗୋଟିଏ ହାତୀକୁ ମାରି ତାର ଦାନ୍ତ କାଟି ନେଇଯାଇଥିଲେ । ସମ୍ବଲପୁରର ରେଢ଼ାଖୋଲ ଓ ଯୁଜୁମୁରା ଅଞ୍ଚଳରେ ପୂର୍ବରୁ ମଧ୍ୟ ହାତୀ ଦାନ୍ତ କଳା ବଜାରି କରୁଥିବା ବେପାରୀ ସକ୍ରିୟ ଥିବା ନଜିର ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details