ଓଡିଶା

odisha

ETV Bharat / state

ମାତାଲ ହୋଇ ମାତିଲେ ପୋଲିସ ବାବୁ, ଭିଡିଓ ଭାଇରାଲ - video

ମଦ ନିଶାରେ ମାତାଲ ପୋଲିସ ବାବୁଙ୍କ ଉନ୍ମତକାଣ୍ଡ । କେବଳ ମାତାଲ ହୋଇ ନାହାନ୍ତି ବରଂ ନିଶାରେ ସର୍ବସାଧାରଣଙ୍କ ସାମ୍ନାରେ ନିଜ ଖାକି ବର୍ଦ୍ଦି ଖୋଲିବା ସହ ଅଶ୍ରବ୍ୟ ଭାଷା ପ୍ରୟୋଗ କରି ଲୋକଙ୍କୁ ଗାଳି କରିଛନ୍ତି ।

By

Published : Feb 10, 2019, 3:20 PM IST

ମାତାଲ ବାବୁ ଜଣକ ହେଲେ ଏଏସଆଇ ବିପିନ ବିହାରୀ ଜାନି ବୋଲି ଜଣାପଡିଛି । ଦେଖନ୍ତୁ ପୋଲିସ ବାବୁ ଜଣକ କେମିତି ନିଶାରେ ପୂରା ଚୁର । କଥା ମଧ୍ୟ ଠିକ ଭାବେ କହିପାରୁ ନାହାନ୍ତି, କହିବା ବେଳକୁ ପାଟି ଖନି ମାରି ଯାଉଛି । ରାସ୍ତା କଡରେ ଗଡି ପଡୁଛନ୍ତି ଆଉ ଲୋକଙ୍କୁ ଧମକାଉଛନ୍ତି ।

ତାଙ୍କୁ କୋଟସମଲାଇରେ ଚାଲିଥିବା ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ କରାଯାଇଥିଲା । ହେଲେ ବାବୁ ଜଣକ ଫୁଲ ମାତାଲ ହୋଇ ଶ୍ରୀଜଗନ୍ନାଥଙ୍କୁ ଗାଳି କରିଛନ୍ତି ।

ତେବେ ସୁରକ୍ଷା ଦେବା ପାଇଁ ଆସିଥିବା ପୋଲିସ କର୍ମଚାରୀଙ୍କ ଏଭଳି କାରନାମା, ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details