ଓଡିଶା

odisha

ETV Bharat / state

ପୁଣି ଚର୍ଚ୍ଚାରେ ଟଙ୍କିକିଆ ଡାକ୍ତର, ବୃଦ୍ଧାଶ୍ରମ ପାଇଁ ଦାନ କରିବେ 5 ଡିସିମିଲ ଜମି - ବୃଦ୍ଧାଶ୍ରମ ପାଇଁ ଜମିଦାନ କରିବେ ଡାକ୍ତର ରାମଚନ୍ଦାନୀ

ପୁଣି ଚର୍ଚ୍ଚାରେ ସମ୍ବଲପୁରର ଟଙ୍କିକିଆ ଡାକ୍ତର ତଥା ଡ. ଶଙ୍କର ରାମଚନ୍ଦାନୀ । ବୃଦ୍ଧାଶ୍ରମ ପାଇଁ ଦାନ କରିବେ 5 ଡିସିମିଲ ଜମି । ଅଧିକ ପଢନ୍ତୁ Doctor Shankar Ramchandani Doctor Ramchandani to donate land

Doctor Shankar Ramchandani
Doctor Shankar Ramchandani

By ETV Bharat Odisha Team

Published : Nov 14, 2023, 5:53 PM IST

Updated : Nov 14, 2023, 6:06 PM IST

ପୁଣି ଚର୍ଚ୍ଚାରେ ଟଙ୍କିକିଆ ଡାକ୍ତର, ବୃଦ୍ଧାଶ୍ରମ ପାଇଁ ଦାନ କରିବେ 5 ଡିସିମିଲ ଜମି

ସମ୍ବଲପୁର: ପୁଣି ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ । ସବୁବେଳେ ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ସାହାଯ୍ୟ କରି ସେ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି । ଏଥର ସେ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ଦାନ କରିବାକୁ ଯାଉଛନ୍ତି ୫ ଡିସିମିଲ ଜମି । ଆଜିର ଯୁବପିଢି ଛୋଟରୁ ବଡ଼ କରିଥିବା ପିତାମାତାଙ୍କୁ ପରିଣତ ବୟସରେ ପଚାରୁନଥିବା ବେଳେ ଏଭଳି ଅସହାୟ ବୃଦ୍ଧଙ୍କ ଲାଗି ସେ ଆଗେଇ ଆସିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଗରିବଙ୍କ ଡାକ୍ତର ଡ. ରାମଚନ୍ଦାନୀ

ସମ୍ବଲପୁର ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଶଙ୍କର ରାମଚନ୍ଦାନୀ ନିଜର ୫ ଡିସିମିଲ ଜମି ଦାନ କରି ଏକ ଵୃଦ୍ଧାଶ୍ରମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଗରିବ ରୋଗୀଙ୍କ ପାଇଁ ୧ ଟଙ୍କିଆ କ୍ଲିନିକ ନିର୍ମାଣ କରି ଚର୍ଚ୍ଚାରେ ଥିବା ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀ ଏଥିଲାଗି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜମିଦାନ ପାଇଁ ସେ ନିଷ୍ପତ୍ତି ନେଇ ସାରିଥିବା ବେଳେ ଆଗକୁ କିଛି ବଦାନ୍ୟ ବ୍ୟକ୍ତିଙ୍କୁ ନେଇ ଏକ ଟ୍ରଷ୍ଟ ମାଧ୍ୟମରେ ଏହାକୁ ପରିଚାଳନା କରିବେ ବୋଲି ଆଶା ରଖିଥିବା କହିଛନ୍ତି । ପ୍ରଥମେ ଏହି ବୃଦ୍ଧାଶ୍ରମରେ ୧୦ ଜଣଙ୍କ ରହିବାର ବ୍ୟବସ୍ଥା କରାଯିବ ଓ ପରେ ଏହାର କ୍ଷମତା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ଆସିଲେନି ପରିବାର ଲୋକେ, ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ

ଡ. ରାମଚନ୍ଦାନୀଙ୍କ କହିବା ଅନୁସାରେ ସେ ବୁର୍ଲା ଭୀମସାର ମେଡିକାଲରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ଏଠାରେ କିଛି ସନ୍ତାନ ନିଜ ବୃଦ୍ଧ ପିତାମାତାଙ୍କୁ ଚିକିତ୍ସା ପାଇଁ ଆଣି ତାଙ୍କୁ ଛାଡି କି ଚାଲି ଯାଉଥିବାର ଦେଖିବାକୁ ପାଇଛନ୍ତି । ଏଭଳି ଅନେକ ଘଟଣାକୁ ନିଜେ ଦେଖିବା ପରେ ସେ ଏକ ବୃଦ୍ଧାଶ୍ରମ କରିବାକୁ ମନସ୍ଥ କରିଥିଲେ । ଏହି ଆଶ୍ରମରେ ଅନ୍ତେବାସୀଙ୍କ ପାଇଁ ରହିବା, ଖାଇବା ଓ ସ୍ବାସ୍ଥ୍ୟ ସେବାର ସବୁ ବ୍ୟବସ୍ଥା ଯୋଗାଇ ଦେବାକୁ ସେ ଇଚ୍ଛା ରଖିଥିବା କହିଛନ୍ତି । ଏହାସହ ତାଙ୍କ ବାପାଙ୍କ ମଧ୍ୟ ଇଚ୍ଛା ଥିଲା ଯେ, ଏହି ଜମିରେ ଏକ କ୍ଲିନିକ୍‌ କରିବା ପାଇଁ, କିନ୍ତୁ ଜମି କମ ପଡ଼ିବାରୁ ସେ ଏଠାରେ ବୃଦ୍ଧାଶ୍ରମ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଏହା ବି ପଢନ୍ତୁ- ଅସହାୟ ରୋଗୀଙ୍କୁ ସାହା ଡାକ୍ତର ଶଙ୍କର ରାମଚନ୍ଦାନୀ

ପୂର୍ବରୁ ମଧ୍ୟ ଡ. ଶଙ୍କର ରାମଚନ୍ଦାନୀ ଗରିବ ରୋଗୀଙ୍କ ଚିକିତ୍ସା ପାଇଁ ୧ ଟଙ୍କିଆ କ୍ଲିନିକ କରି ଚର୍ଚ୍ଚା ସାଉଁଟିଛନ୍ତି । ଆଉ ବର୍ତ୍ତମାନ ତାଙ୍କର ଏହି ସାଧୁ ଉଦ୍ୟମ ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି । ସାମ୍ପ୍ରତିକ ସମାଜରେ ପାରିବାରିକ ମୂଲ୍ୟବୋଧର ଅଭାବ ଦେଖିବାକୁ ମିଳୁଛି । ଯେଉଁ ବାପାମାଆ ଦିନେ ନିଜ ସନ୍ତାନମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅନେକ ତ୍ୟାଗ କରି ପିଲାଙ୍କୁ ପାଠ ପଢ଼େଇ ବଡ଼ ଲୋକ କରନ୍ତି ସେମାନଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ ପଚାରୁନାହାନ୍ତି ସନ୍ତାନ । ଏଭଳି ସ୍ଥିତିରେ ଡାକ୍ତର ରାମଚନ୍ଦାନୀଙ୍କ ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 14, 2023, 6:06 PM IST

ABOUT THE AUTHOR

...view details