ଓଡିଶା

odisha

ETV Bharat / state

ବୁର୍ଲା ମେଡିକାଲରେ ଏମଆରଆଇ ସ୍କାନ ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ - doctor-alleges-of-scam-in-the-name-of-mri-scan-at-burla-medical

ବୁର୍ଲା ମେଡିକାଲରେ ଏମଆରଆଇ ସେବା ନାଁରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବୁର୍ଲା ମେଡିକାଲର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନି । ଅଧିକ ପଢନ୍ତୁ....

ବୁର୍ଲା ମେଡିକାଲରେ ଏମଆରଆଇ ସ୍କାନ ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ
ବୁର୍ଲା ମେଡିକାଲରେ ଏମଆରଆଇ ସ୍କାନ ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ

By

Published : Jun 10, 2020, 7:54 PM IST

Updated : Jun 10, 2020, 9:13 PM IST

ସମ୍ବଲପୁର: ବୁର୍ଲା ମେଡିକାଲରେ ଏମଆରଆଇ ସେବା ନାଁରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ବୁର୍ଲା ମେଡିକାଲର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନି ।

ବୁର୍ଲା ମେଡିକାଲରେ ଏମଆରଆଇ ସ୍କାନ ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ

ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଅଭିଯୋଗ ଅନୁସାରେ, ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଏମଆରଆଇ ପରୀକ୍ଷଣ ପାଇଁ ଡାକ୍ତର ପ୍ରେସକ୍ରିପ୍ସନରେ ଲେଖୁଥିବା ବେଳେ ଏଆରଆଇରେ କାର୍ଯ୍ୟରତ କର୍ମଚାରୀ ନିଜ ଇଚ୍ଛା ମୁତାବକ ବିଭିନ୍ନ ପ୍ରକାର ପରୀକ୍ଷଣ କରୁଛନ୍ତି । ଏହଦ୍ବାରା ଗୋଟିଏ ରୋଗୀ ପିଛା 3 ଗୁଣରୁ 4 ଗୁଣ ପର୍ଯ୍ୟନ୍ତ ଅଧିକ ବିଲ୍ କରି ସରକାରୀ ଟଙ୍କା ହଡପ କରାଯାଉଛି ।

ଏନେଇ ସେମାନେ ବୁର୍ଲା ମେଡିକାଲର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବାର କହିଛନ୍ତି । ସେପଟେ ଘଟଣାର ତଦନ୍ତ ହେବ ବୋଲି ବୁର୍ଲା ମେଡିକାଲର ଅଧିକ୍ଷକ ଜୟଶ୍ରୀ ଦୋରା କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ

Last Updated : Jun 10, 2020, 9:13 PM IST

ABOUT THE AUTHOR

...view details