ଓଡିଶା

odisha

ETV Bharat / state

ସମ୍ପନ୍ନ ହେଲା ସମଲେଶ୍ୱରୀ ମନ୍ଦିରର ନୂତନ ଧ୍ବଜାରୋହଣ ପରମ୍ପରା - କୁମାରପୂର୍ଣ୍ଣିମା

କୁମାରପୂର୍ଣ୍ଣିମା ଅବସରରେ ଦେବୀ ପୀଠ ଗୁଡିକରେ ନୂତନ ଧ୍ବଜାରୋହଣର ପରମ୍ପରା ରହିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ରାଜରାଜେଶ୍ବରୀ ବେଶ ସହ ଗତ ରାତ୍ରୀରେ ମନ୍ଦିରରେ ନୂତନ ଧ୍ବଜା ରୋହଣ ପରମ୍ପରା ସମ୍ପନ୍ନ ହୋଇଛି ।

ସମ୍ପନ୍ନ ହେଲା ସମଲେଶ୍ୱରୀ ମନ୍ଦିରର ନୂତନ ଧ୍ବଜାରୋହଣ ପରମ୍ପରା
ସମ୍ପନ୍ନ ହେଲା ସମଲେଶ୍ୱରୀ ମନ୍ଦିରର ନୂତନ ଧ୍ବଜାରୋହଣ ପରମ୍ପରା

By

Published : Nov 1, 2020, 1:49 PM IST

ସମ୍ବଲପୁର: ଦଶହରା ପରେ କୁମାରପୂର୍ଣ୍ଣିମା ଅବସରରେ ଦେବୀ ପୀଠ ଗୁଡିକରେ ନୂତନ ଧ୍ବଜାରୋହଣର ପରମ୍ପରା ରହିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ରାଜରାଜେଶ୍ବରୀ ବେଶ ସହ ଗତ ରାତ୍ରୀରେ ମନ୍ଦିରରେ ନୂତନ ଧ୍ବଜା ରୋହଣ ପରମ୍ପରା ସମ୍ପନ୍ନ ହୋଇଛି ।

ସମ୍ପନ୍ନ ହେଲା ସମଲେଶ୍ୱରୀ ମନ୍ଦିରର ନୂତନ ଧ୍ବଜାରୋହଣ ପରମ୍ପରା

ଶରତ ପୂର୍ଣ୍ଣିମାରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଥାନ୍ତି ମା' । ଏଥର କୋରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ଏହି ବେଶକୁ ଭକ୍ତ ସିଧାସଳଖ ଦେଖିପାରିନାହାନ୍ତି । ଦଶହରାରେ ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ନବରାତ୍ର ପରେ ବିଜୟା ଦଶମୀରେ ରଣଜିତା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ କୁମାରପୂର୍ଣ୍ଣିମା ଅବସରରେ ଦେବୀ ମା' ସମଲେଶ୍ଵରୀ ରାଜରାଜେଶ୍ବରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଏହାସହ ଗତରାତ୍ରୀରେ ସମଲେଶ୍ବରୀ ମନ୍ଦିରର ନୂତନ ଧ୍ବଜାରୋହଣ କରାଯାଇଛି । ରାଜା ବଳରାମ ଦେବଙ୍କ ସମୟରୁ ସେବକ ସ୍ବାଇଁ ପରିବାର ସଦସ୍ୟ ପୂଜାର୍ଚ୍ଚନା ପରେ ନୂଆ ଧ୍ବଜା ଲଗାଇ ଆସୁଛନ୍ତି । ତେଵେ ଏଥର ମା' ଙ୍କ ଏହି ଶୁଭ ମୁହୁର୍ତ୍ତକୁ ଭକ୍ତ ପାଖରୁ ଦେଖି ପାରିନାହାନ୍ତି । କୋରୋନା କଟକଣା ଥିବାରୁ ମନ୍ଦିର ବନ୍ଦ ରହିଛି ।

ତେବେ ଭକ୍ତମାନେ ମନ୍ଦିର ଗେଟ ବାହାରୁ ଦର୍ଶନ କରିଥିଲେ । ମା' ସମଲେଶ୍ବରୀଙ୍କ ମନ୍ଦିରରୁ ଧ୍ବଜାରୋହଣ ପୂର୍ବରୁ ପୁରୁଣା ଧ୍ବଜାକୁ ଅବତରଣ କରାଯାଇଥାଏ । ବର୍ଷସାରା ମା'ଙ୍କ ଶିଖରରେ ଶୋଭା ପାଉଥିବା ପୁରୁଣା ଧ୍ବଜାକୁ ଭକ୍ତ ମାନେ ପୂଜାଘରେ ରଖିଲେ ସଂବୃଦ୍ଧି ଆସେ ବୋଲି ବିଶ୍ବାସ ରହିଛି । ଏହା ସହ ମନ୍ଦିର ପରିସର ଭିତରେ କୋରୋନା କଟକଣାକୁ ମାନି ବହୁତ କମ ଲୋକଙ୍କ ମଧ୍ୟରେ ପାରମ୍ପରିକ ଆଖଡା ପ୍ରଦର୍ଶନ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details