ଓଡିଶା

odisha

ETV Bharat / state

ବିକାଶ, ଶାନ୍ତି ଓ ଆଦର୍ଶ ରେଢାଖୋଲ ରୋହିତଙ୍କ ଲକ୍ଷ୍ୟ - sambalpur

ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ମୋର ଲକ୍ଷ୍ୟ । ପାନୀୟ ଜଳ, ଶିଳ୍ପାଞ୍ଚଳ, ଶିକ୍ଷା, କ୍ରୀଡା ଏସବୁ ଉପରେ ରହିବ ମୋର ନଜର । ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି 2ୟ ଥର ବିଧାୟକ ପ୍ରାର୍ଥୀ ପାଇଁ ମୈଦାନକୁ ଓହ୍ଲାଇଥିବା ରୋହିତ ପୂଜାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Apr 1, 2019, 8:48 PM IST

ସମ୍ବଲପୁର: ପାଖରେ ଅଛି 5 ବର୍ଷର ଅଭିଜ୍ଞତା । ଆଉ ପୁଣି ଥରେ ସେହି ଅଭିଜ୍ଞତାକୁ କାର୍ଯ୍ୟକାରୀ କରିବାକୁ ଦଳ ତାଙ୍କୁ ସୁଯୋଗ ଦେଇଛି । ଆମେ କହୁଛୁ, ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ରୋହିତ ପୂଜାରୀଙ୍କ କଥା । ପୁଣିବିଧାୟକ ହେଲେ ନିର୍ବାଚନ ମଣ୍ଡଳୀ ପାଇଁ କଣ କରିବେ ଏବଂ କେଉଁ ସବୁ ସମସ୍ୟାର ସମାଧାନ କରିବେ ସେ ନେଇ ନିଜ ମତ ରଖିଛନ୍ତି ସେ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଏହିସବୁ ପ୍ରଶ୍ନର ଉତ୍ତର ରଖିଥିଲେ ରୋହିତ ପୂଜାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ନିର୍ବାଚନରେ ବିଜୟୀ ହେଲେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହ ପ୍ରତ୍ୟେକ ଘରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତାଙ୍କର ପ୍ରଥମ ପ୍ରାଥମିକତା ରହିବ । ଏଥିସହିତ ରେଢାଖୋଲ ନିର୍ବାଚନ ମଣ୍ଡଳୀକୁ ଆଦର୍ଶ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ କରିବା, ଶିଳ୍ପାଞ୍ଚଳ ପ୍ରତିଷ୍ଠା କରି ଜିଲ୍ଲାର ବେକାରୀଙ୍କୁ ନିଯୁକ୍ତି ସୁଯୋଗ ଦେବା, ଶିକ୍ଷା ଏବଂ ଏଜୁକେସନ ହବ ନିର୍ମାଣ କରିବାକୁ ସେ ଯୋଜନା ରଖିଛନ୍ତି । ଏତତବ୍ୟତୀତ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ରେଢାଖୋଲକୁ ସ୍ବତନ୍ତ୍ର ସ୍ଥାନ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଥିଲେ । ଏହା ସହିତ କ୍ରୀଡା ପାଇଁ ଜୁଜୁମରାରେ ବିଶ୍ବସ୍ତରୀୟ ହକି ଏକାଡେମୀ ଖୋଲିବାକୁ ଯୋଜନା ରଖିଛି ବୋଲି ରୋହିତ କହିଛନ୍ତି ।

ଚଳିତ ନିର୍ବାଚନରେ ରୋହିତଙ୍କ ସ୍ଲୋଗାନ ରହିଛି ବିକାଶ, ଶାନ୍ତି ଓ ଆଦର୍ଶ ରେଢ଼ାଖୋଲ। ଏହା ସହ ଏମଏଲଏ ଫଣ୍ଡକୁ ମଧ୍ୟ ଲୋକଙ୍କ ହିତରେ ଲଗାଇବାକୁ ସେ କହିଥିଲେ । 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେରୋହିତପ୍ରତିଶ୍ରୁତିର ପାହଡ ଠିଆ କରିଥିବା ବେଳେରେଢାଖୋଲବାସୀ ପୁଣି ତାଙ୍କୁ ଆର୍ଶିବାଦ କରିବେ କି ନାହିଁ ଫଳାଫଳ ପରେ ଜଣାପଡିବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details