ଓଡିଶା

odisha

ETV Bharat / state

ଓଡିଶାର ସ୍ବାର୍ଥ ପାଇଁ ସାଇକେଲରେ ଦିଲ୍ଲୀ ଯାତ୍ରା

ଓଡ଼ିଶାର ସ୍ୱାର୍ଥ ପାଇଁ ଓ ମହାନଦୀ ବିବାଦର ସମାଧାନ ପାଇଁ କଟକରୁ ଦିଲ୍ଲୀ ସାଇକେଲ ଯୋଗେ ଯାତ୍ରା କରୁଛନ୍ତି 2 ଜଣ ଯୁବକ । ଏହି ଯୁବକ ହେଲେ କୃଷ୍ଣକାନ୍ତ ଷଡଙ୍ଗୀ ଓ ଶୁଭ୍ରଜିତ ବାରିକ । ନିଜର ଏହି ଯାତ୍ରା ସମୟରେ ସେ ସମ୍ବଲପୁରରେ ପହଞ୍ଚିଛନ୍ତି ।

By

Published : Jul 6, 2019, 7:37 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସାଇକେଲରେ କଟକରୁ ଦିଲ୍ଲୀ ଯାତ୍ରା । କଥାଟା ସମ୍ଭବ ହେଲେ ବି ସହଜ ନୁହେଁ । ତେବେ ହୁଏତ କେହି ବ୍ୟକ୍ତିଗତ ପ୍ରସିଦ୍ଧି ବା ରେକର୍ଡ କରିବା ପାଇଁ ଏହା କରିବ । ତେବେ ଓଡିଶାର 2 ଜଣ ଯୁବକ ନିଜ ପାଇଁ ନୁହେଁ ବରଂ ଓଡ଼ିଶାର ସ୍ୱାର୍ଥ ପାଇଁ ଓ ମହାନଦୀ ବିବାଦର ସମାଧାନ ପାଇଁ କଟକରୁ ଦିଲ୍ଲୀ ସାଇକେଲ ଯୋଗେ ଯାତ୍ରା କରୁଛନ୍ତି । ସେହି 2 ଜଣ ଯୁବକ ହେଲେ କୃଷ୍ଣକାନ୍ତ ଷଡଙ୍ଗୀ ଓ ଶୁଭ୍ରଜିତ ବାରିକ । ନିଜର ଏହି ଯାତ୍ରା ସମୟରେ ସେ ସମ୍ବଲପୁରରେ ପହଞ୍ଚିଛନ୍ତି ।

କଟକରୁ ସାଇକେଲରେ ଦିଲ୍ଲୀ ଚାଲ ଡାକରା ଦେଇଛନ୍ତି ଓଡିଶାର କୃଷ୍ଣକାନ୍ତ ଓ ଶୁଭ୍ରଜିତ । ତେବେ ଏହା ନିଶ୍ଚିତ ଭାବେ କାଠିକର ବିଷୟ । କାରଣ ଏଥିପାଇଁ ଧୈର୍ଯ୍ୟ, ସାହସ ଓ ଭଲ ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି । ତେବେ ଓଡିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗର ଶୀଘ୍ର ସମାଧାନ ପାଇଁ ସେମାନେ ବାହାରିଛନ୍ତି । ଏହି ଯାତ୍ରାରେ ସେମାନେ ସମ୍ବଲପୁରରେ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହି ଅବସରରେ ସେମାନେ କହିଛନ୍ତି ଯେ ଓଡିଶାର ଚାଷୀ ତଥା ସାଧାରଣ ଜନତାଙ୍କ ପାଇଁ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବେ । ଏହାସହ ରିଭର ବୋର୍ଡ ଗଠନ ମାଧ୍ୟମରେ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିବେ ।

ଓଡ଼ିଶାର ଏହି 2 ଯୁବକ ଗତ ଜୁଲାଇ 1 ତାରିଖରୁ କଟକରୁ ବାହାରି ଅଗଷ୍ଟ ପ୍ରଥମ ସପ୍ତାହରେ ଦିଲ୍ଲୀ ପହଞ୍ଚିବାରେ ଲକ୍ଷ୍ୟ ରଖିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details