ଓଡିଶା

odisha

ETV Bharat / state

ହାର୍ଡକୋର କ୍ରିମିନାଲ ଧନେଶ୍ୱର ଝାଙ୍କର ଗିରଫ, ନାଁରେ ରହିଛି ୪୧ ମାମଲା

ସମ୍ବଲପୁରର କୁଖ୍ୟାତ ଅପରାଧୀ ଟିମା ଓରଫ ଧନେଶ୍ୱର ଝାଙ୍କରକୁ ଗିରଫ କରିଛି ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ଟିମ। ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ଜଙ୍ଗଲରୁ ଟିମା ସହ ତା’ର ଅନ୍ୟ 3 ସହଯୋଗୀ ମଧ୍ୟ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ଅଧିକ ପଢନ୍ତୁ...

ହାର୍ଡକୋର କ୍ରିମିନାଲ ଧନେଶ୍ୱର ଝାଙ୍କର ଗିରଫ, ତାଙ୍କ ନାଁରେ ରହିଛି ୪୧ଟି କେସ
ହାର୍ଡକୋର କ୍ରିମିନାଲ ଧନେଶ୍ୱର ଝାଙ୍କର ଗିରଫ, ତାଙ୍କ ନାଁରେ ରହିଛି ୪୧ଟି କେସ

By

Published : Oct 8, 2021, 6:46 PM IST

ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ୪୧ଟି ମାମଲାରେ ସମ୍ପୃକ୍ତ ଥିବା ସମ୍ବଲପୁରର କୁଖ୍ୟାତ ଅପରାଧୀ ଟିମା ଓରଫ ଧନେଶ୍ୱର ଝାଙ୍କରକୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ। ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ଜଙ୍ଗଲରୁ ଟିମା ସହ ତା’ର ଅନ୍ୟ 3 ସହଯୋଗୀ ମଧ୍ୟ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

ହାର୍ଡକୋର କ୍ରିମିନାଲ ଧନେଶ୍ୱର ଝାଙ୍କର ଗିରଫ, ତାଙ୍କ ନାଁରେ ରହିଛି ୪୧ଟି କେସ

ତା ନାଁରେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ସମେତ ପଡୋଶୀ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ଡକାୟତି, ହତ୍ୟା ଉଦ୍ୟମ, ଚୋରି ଆଦି ମାମଲା ରହିଛି।

ତେବେ ଟିମା ନାଁରେ ୪୧ଟି କେସ ଥିଲେ ମଧ୍ୟ ସେ କେବଳ ଥରେ ୨୦୧୯ରେ କୁଚିଣ୍ଡା ପୋଲିସ ହାତରେ ଧରା ପଡିଥିଲା । ତେବେ କେନ୍ଦୁଝର ପୋଲିସ ତା’କୁ ସେଠାରୁ ରିମାଣ୍ଡରେ ନେବା ବେଳେ ସେ ଫେରାର ହୋଇଯାଇଥିଲା। ସେ ଶାରିରୀକ ସ୍ତରରେ ବହୁତ ବଳବାନ ଥିବାରୁ ଏକାକୀ ୪-୫ ଜଣ ଲୋକଙ୍କୁ ଅତି ସହଜରେ ଲଢି ପାରୁଥିଲା ବୋଲି ଏସପି କହିଛନ୍ତି।

ଟିମା ସହ ତା’ର ସହଯୋଗୀ ପ୍ରମୋଦ କୁମାର ବେହେରା, ରବୀନ୍ଦ୍ର ଧୁରୁଆ ଓ ମନୋରଞ୍ଜନ ଝାଙ୍କର ମଧ୍ୟ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ୪ଟି ମୋଟର ସାଇକେଲ, ୧୦ଟି ଫୋନ, ୩ଟି ଟାବଲେଟ, ଏକ ଧାରୁଆ ଛୁରୀ, ୪୦ ହଜାର ନଗଦ ଟଙ୍କା ସହ ୨ଟି ATM କାର୍ଡ ଜବତ ହୋଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details