ସମ୍ବଲପୁର: ମହିଳା ସବୁ କ୍ଷେତ୍ରରେ ନିଜର ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇଛି । ସେ କର୍ମ କ୍ଷେତ୍ରରେ ହେଉ କି ନିଜ ପରିବାର । ତାର ଏହି ଦାୟିତ୍ବବାନ ପାଇଁ ସେ ସର୍ବଦା ପୂଜନୀୟ । ମହିଳାମାନଙ୍କ କର୍ତ୍ତବ୍ୟ ପାଇଁ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ ସମୟରେ ନିଜର ଦାୟିତ୍ବ ତୁଲାଇଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।
କୋରୋନା ଭଳି ଘଡିସନ୍ଧି ମୂହୁର୍ତ୍ତରେ ପରିବାରର ଦାୟିତ୍ବ ତୁଲାଇବା ସହିତ କର୍ମ କ୍ଷେତ୍ରରେ ନିଜର ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇଛି । ମହିଳା ଦିବସ ଅବସରରେ ପୋଲିସ ବିଭାଗର ମହିଳା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।