ସମ୍ବଲପୁର: ସହରର ଶୀତଳଷଷ୍ଠୀ ଯାତ୍ରାରେ କିନ୍ନର ମାନଙ୍କ ଏକ ସ୍ବାତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟେକ ବର୍ଷ କିନ୍ନର ଦିଅନ୍ତି ଶୀତଳଷ୍ଠୀର ଆଗମନର ଆଭାସ। ନିମନ୍ତ୍ରଣ ଥାଉ କି ନଥାଉ ଶୀତଳଷଷ୍ଠୀ ଯାତ୍ରାକୁ ଆସି ଦେବ ଦମ୍ପତ୍ତିଙ୍କ ବିବାହ ଶୋଭାଯାତ୍ରାରେ ନୃତ୍ୟ ପରିବେଷଣ କରିଥାନ୍ତି ଏମାନେ। ପ୍ରଥମ ଥର ପାଇଁ ଏଥିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଚଳିତ ବର୍ଷ ଯାତ୍ରାରେ କିନ୍ନରଙ୍କ ନୃତ୍ୟ ଦେଖିବାକୁ ମିଳି ନଥିଲା ।
ଭଗବାନ ଶଙ୍କର ହେଉଛନ୍ତି ଭୋଳାନାଥ ତଥା ବିଶାଳ ହୃଦୟର ଦେବତା । ବାବାଙ୍କ ବିବାହରେ ଦେବଦେବୀ, ନର, କିନ୍ନର, ବାନର, ନାଗ, ଯକ୍ଷ, ଭୂତ ପିଶାଚ ସମସ୍ତେ ସାମିଲ ହୁଅନ୍ତି। ସେଥିପାଇଁ ସମ୍ବଲପୁର ଶୀତଳଷଷ୍ଠୀରେ ମୁଖ୍ୟତଃ ବାରଙ୍ଗନା ଓ କିନ୍ନର ନୃତ୍ୟର ପରମ୍ପରା ରହିଛି। ବିଶ୍ବାସ ରହିଛି ଯେ କିନ୍ନର ମାନେ ମହାଦେବଙ୍କ ବିବାହରେ ନାଚିଲେ ଏହି ଅଭିଶପ୍ତ ଜନ୍ମରୁ ତାଙ୍କୁ ମୁକ୍ତି ମିଳିଥାଏ ।