ସମ୍ବଲପୁର: ସୋମବାର ଦିନ ଭୁବନେଶ୍ବରରେ ଜଣେ କୋରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ କୋରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ସମ୍ବଲପୁରରେ କୌଣସି ଖେଳକୁଦ ବା କ୍ରୀଡା ପ୍ରତିଯୋଗିତା ହୋଇପାରିବ ନାହିଁ ।
ଏନେଇ ସୋମବାର ଡିଆରଡିଏ ସମ୍ମିଳନୀ କକ୍ଷରେ ପିଡି ସୁକାନ୍ତ ତ୍ରିପାଠୀଙ୍କ ନେତୃତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅନିର୍ଦ୍ଦିଷ୍ଟ କାଳ ଯାଏଁ ସମ୍ବଲପୁରରେ କ୍ରୀଡା ପ୍ରତିଯୋଗିତା ବନ୍ଦ କୋରୋନା ପାଇଁ ସମ୍ବଲପୁରରେ ହେବନି କୌଣସି କ୍ରୀଡା ପ୍ରତିଯୋଗୀତା । ସମ୍ବଲପୁରର ପିଡି ଡିଆରଡିଏ ଏନେଇ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ସଂସ୍ଥା ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ବୈଠକରେ ସମ୍ବଲପୁର ଜିମ୍ ମାଲିକ, ସୁଇମିଂ କ୍ଳବ, ସ୍ପୋର୍ଟସ କ୍ଳବ,ଆଥଲେଟିକ ଆସୋସିଏସନର ତଥା ବିଭିନ୍ନ କ୍ରୀଡା ସଙ୍ଗଠନର ସଦସ୍ୟ ଯୋଗ ଦେଇଥିଲେ । ଏଥିରେ କରୋନାକୁ ଆଖି ଆଗରେ ରଖି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କୌଣସି ଖେଳକୁଦ କି କ୍ରୀଡା ପ୍ରତିଯୋଗିତା ସମ୍ବଲପୁରରେ ହୋଇପାରିବନି ବୋଲି କୁହାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ