ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡିରେ ଫାଟ

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥା ସ୍ଥିର ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ବିଜେଡି ଦଳ ନିଜର ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଛି। ତେବେ ଜିଲ୍ଲା ବିଜେଡିର ଏକ ବୈଠକର ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ୨୦୧୯ ନିର୍ବାଚନ ବିଫଳତାକୁ ନେଇ ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ଦଳର ପର୍ଯ୍ୟବେକ୍ଷକଙ୍କ ଉପରେ ଦୋଷ ଲଦିଛନ୍ତି। ଅଧିକ ପଢନ୍ତୁ...

By

Published : Oct 18, 2021, 12:29 PM IST

Updated : Oct 18, 2021, 3:16 PM IST

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡିରେ ଫାଟ, ଭାଇରାଲ ହେଲା ରାଜ୍ୟ ସମ୍ପାଦକଙ୍କ  ଭିଡିଓ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡିରେ ଫାଟ, ଭାଇରାଲ ହେଲା ରାଜ୍ୟ ସମ୍ପାଦକଙ୍କ ଭିଡିଓ

ସମ୍ବଲପୁର:ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଏନେଇ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସ୍ଥିର ହୋଇସାରିଛି । ତେବେ ୨୦୧୯ ବିଧାନସଭା ନିର୍ବାଚନରେ ଜିଲ୍ଲା ବିଜେ଼ଡି ଦଳ ଭଲ ପ୍ରଦର୍ଶନ କରିନଥିବାରୁ ପଞ୍ଚାୟତ ନିର୍ବାଚନରେ ସିଟ ହାତେଇବା ପାଇଁ ଦଳ ଏବେ ପ୍ରସ୍ତୁତ ଆରମ୍ଭ କରିଛି । ହେଲେ ନିର୍ବାଚନ ପୂର୍ବରୁ ରାଜ୍ୟ ସମ୍ପାଦକ ଶୈଳେଶ ଦାନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ଜିଲ୍ଲା ବିଜେଡିରେ ଏବେ ଫାଟ ସୃଷ୍ଟି କରିଛି । ଦଳ ୨୦୧୯ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବାରୁ ଦଳର ପର୍ଯ୍ୟବେକ୍ଷକ ନଳିନକାନ୍ତ ପ୍ରଧାନଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଶୈଳେଶ ଦାନୀ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡିରେ ଫାଟ, ଭାଇରାଲ ହେଲା ରାଜ୍ୟ ସମ୍ପାଦକଙ୍କ ଭିଡିଓ

ଭାଇରାଲ ହୋଇଥିବା ଭିଡିଓରେ ସେ କହିଛନ୍ତି ୨୦୧୯ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିନଥିବାରୁ ଯୁବ ବିଜେଡି ନେତା ସଞ୍ଜିତ ମହାନ୍ତି ଓ ବର୍ତ୍ତମାନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କୁ କିଛି ଲୋକ ଦୋଷାରୋପ କରିଥିଲେ । କିନ୍ତୁ ଦଳରେ ପର୍ଯ୍ୟବେକ୍ଷକ ନଳିନ କାନ୍ତ ପ୍ରଧାନଙ୍କ ମନମୁଖୀ କାର୍ଯ୍ୟ , ଦଳର ପରିଚାଳନା ଗତ ତ୍ରୁଟି ଓ ଦଳରେ ଥିବା ପୁରୁଣା ନେତାଙ୍କୁ ଅଣଦେଖା କରାଯାଇଥିବାରୁ ୨୦୧୯ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିନଥିବା କହିଛନ୍ତି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ।

ଗତ ୧୧ ତାରିଖରେ ଅଇଁଠାପାଲି ଠାରେ ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ଶୈଳେଶ ଦାନୀ ଏଭଳି ମତ ପ୍ରକାଶ କରିଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିବାପରେ ଦଳର ଗୋଷ୍ଠୀ ବିବାଦ ସାମ୍ନାକୁ ଆସିଛି । ଏହି ବୈଠକରେ ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ସ୍ନେହାଙ୍ଗୀନି ଛୁରୀଆ, ରୋହିତ ପୂଜାରୀ, ପର୍ଯ୍ୟବେକ୍ଷକ ନଳିନକାନ୍ତ ପ୍ରଧାନ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ପରି ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ତେବେ ସମସ୍ତଙ୍କ ସମ୍ମୁଖରେ ଶୈଳେଶ ଦାନୀ ଦଳର ଏହି ଅଧୋଗତି ପାଇଁ ଦଳର ପରିଚାଳନା ଗତ ତ୍ରୁଟି ଓ ପର୍ଯ୍ୟବେକ୍ଷକଙ୍କ ଭୂମିକା ଉପରେ ପ୍ରଶ୍ନ କରିବା ସହ ତାଗିଦ ମଧ୍ୟ କରିଥିଲେ। ଆଉ ଦଳରେ ଏହିଭଳି ପ୍ରକ୍ରିୟା ଯଦି ଜାରି ରୁହେ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଜିଲ୍ଲାରେ ବିଜେଡି ଦଳର ଅଵସ୍ଥା ଆହୁରି ଶୋଚନୀୟ ହେବ ବୋଲି ସିଧାସଳଖ କହିଥିଲେ। ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ‘ଦଳରେ କୌଣସି ଅନ୍ତର୍ଦ୍ବନ୍ଦ୍ବ ନାହିଁ ତାହା କେବଳ ଏକ ଆଲୋଚନା ଥିଲା’।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 18, 2021, 3:16 PM IST

ABOUT THE AUTHOR

...view details