ଓଡିଶା

odisha

ETV Bharat / state

ମଦ୍ୟପ ବରକୁ ବିବାହ ପାଇଁ ମନାକରି ଯୁବତୀ ସମ୍ମାନିତ

ନିଶା ନିବାରଣ ଦିବସ ଅବସରରେ ସମ୍ବଲପୁରର ତାପସ୍ୱିନୀ ପ୍ରେକ୍ଷାଳୟରେ ବୁଧବାର ଜିଲ୍ଳା ପ୍ରଶାସନ ପକ୍ଷରୁ ମମତା ନାମକ ଯୁବତୀଙ୍କୁ ସମ୍ମାନିତ କରାଯାଇଛି । ଗତ ଏପ୍ରିଲ 12ରେ ମମତା ବିବାହ ବେଦୀରେ ବର ମଦ ପିଇଥିବା ଜାଣିପାରି ବିବାହ କରିବାକୁ ରୋକଠୋକ ମନା କରି ଦେଇଥିଲେ ।

By

Published : Jun 26, 2019, 5:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଆଜି ହେଉଛି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ । ଆଜିର ଦିନରେ ସାରା ବିଶ୍ୱରେ ନିଶା ନିବାରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଉଛି । ଆଉ ଆଜିର ଦିନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ଜଣେ ଆଦିବାସୀ ଝିଅକୁ ସମ୍ମାନିତ କରାଯାଇଛି ଯିଏ ନିଶା ନିବାରଣ ପାଇଁ କେବେ କିଛି କରିନାହାନ୍ତି ସତ ହେଲେ ତାଙ୍କର ବ୍ୟକ୍ତିଗତ ଜୀବନରେ ସେ ଏମିତି ଏକ ସାହସିକ ନିଷ୍ପତ୍ତି ନେଇଥିଲେ ଯାହା ସାରା ରାଜ୍ୟରେ ନିଶା ନିବାରଣ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଜିଲ୍ଲାର ତାପସ୍ୱିନୀ ପ୍ରେକ୍ଷାଳୟରେ ବୁଧବାର ଜିଲ୍ଳା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମମତା ଭୋଇ ନାମକ ଜଣେ ଝିଅକୁ ସମ୍ମାନିତ କରାଯାଇଛି । ଗତ ଏପ୍ରିଲ 12 ତାରିଖରେ ମମତା ବିବାହ ବେଦୀରେ ବର ମଦ ପିଇଥିବା ଜାଣିପାରି ବିବାହ କରିବାକୁ ରୋକ ଠୋକ ମନା କରି ଦେଇଥିଲେ ।


ଗତ ଏପ୍ରିଲ 12 ତାରିଖରେ ମମତାଙ୍କ ବାହାଘର ଥିଲା । ବରଯାତ୍ରୀ ମଧ୍ୟ ଆସିଥିଲେ । ବାହା ବେଦୀକୁ ବର ଆସିବା ସମୟରେ ବର ମଦ ପିଇ ଝୁଲୁଥିଲେ । ଏପରି ଅବସ୍ଥାରେ ବରକୁ ଦେଖି ମମତା ତୁରନ୍ତ ଵିଵାହ କରିବାକୁ ମନା କରି ଦେଇଥିଲେ । ଏହି ଖବର ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା । ମମତାଙ୍କ ଏହି ସାହସିକ ନିଷ୍ପତି ନିଶା ନିବାରଣ ପାଇଁ ଏକ ବଡ଼ ବାର୍ତ୍ତା ଦେଉଥିବାରୁ ଆଜି ତାଙ୍କୁ ସମ୍ମାନିତ କରାଯାଇଛି ।

ମମତାଙ୍କ ଏହି ନିଷ୍ପତ୍ତିକୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରଶଂସା କରିବା ସହ 10 ହଜାର ଟଙ୍କାର ସହାୟତା ରାଶି ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଇଛନ୍ତି । ଆଗକୁ ନିଶା ନିବାରଣ ନେଇ ଏମିତି ଅନେକ ପଦକ୍ଷେପ ନିଆଯିବା ସହ ଏହି କ୍ଷେତ୍ରରେ କାର୍ଯ୍ୟ କରିଥିବା ଲୋକଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସକ୍ସେନା କହିଛନ୍ତି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details