ଓଡିଶା

odisha

ETV Bharat / state

ସମ୍ବଲପୁର ଚାଷୀଙ୍କ ଅଡୁଆ ଚକବନ୍ଦୀ - ସମ୍ବଲପୁର ଚଷୀ

ଚକବନ୍ଦୀ ପାଇଁ ଅଡୁଆରେ ସମ୍ବଲପୁର ସହର ଆଖପାଖ ଗାଁର ଚାଷୀ । ଚକବନ୍ଦୀ ବ୍ୟବସ୍ଥା ଉଠାଯାଇ ସ୍ଥାୟୀ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 7, 2019, 11:06 PM IST

ସମ୍ବଲପୁର: ଚକବନ୍ଦୀ ସମସ୍ୟା ସହ ସଙ୍ଘର୍ଷ କରିଆସୁଛନ୍ତି ଚାଷୀ । ଏନେଇ ସମ୍ବଲପୁର ପ୍ରେସ କ୍ଳବରେ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି ।

ସମ୍ବଲପୁର ସହର ଆଖ ପାଖ ଗାଁଗୁଡିକର ଜମି ବହୁ ପୂର୍ବରୁ ସମ୍ବଲପୁର ଟାଉନ ପ୍ଲାନିଂ ବ୍ୟବସ୍ଥାରେ ଅନ୍ତର୍ଭୂକ୍ତ ହୋଇଥିଲା । ତେବେ 1984 ମସିହାରେ ଏସଆରଆଇଟିର ବିନା ଅନୁମତିରେ ଏହି ଗାଁ ଗୁଡିକର ଚାଷ ଜମିକୁ ଚକବନ୍ଦୀ ବ୍ୟବସ୍ଥା କରିଦିଆଗଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଏହି ଅଞ୍ଚଳର ଚାଷୀଙ୍କୁ କାଗଜପତ୍ରରେ ଚକବନ୍ଦୀ ପଟ୍ଟା ଦିଆ ଯାଇଥିଲେ ମଧ୍ୟ ସେମାନଙ୍କୁ ଚକବନ୍ଦୀ ବ୍ୟବସ୍ଥାର ପ୍ରକୃତ ସୁବିଧା ତଥା ପ୍ରତ୍ୟେକ ଜମିକୁ ରାସ୍ତା, କେନାଲ ସୁବିଧା ଓ ଜମି ଏକତ୍ରୀକରଣ ଆଦିରୁ ବଞ୍ଚିତ ରଖାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ସେଥିପାଇଁ ଚକବନ୍ଦୀ ବ୍ୟବସ୍ଥା ଉଠାଯାଇ ସ୍ଥୟୀ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ପୂର୍ବରୁ ଚାଷୀ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହେବା ସହ କୋର୍ଟର ଆଶ୍ରୟ ମଧ୍ୟ ନେଇଛନ୍ତି । ତେବେ କିଛି ଫଳ ମିଳିନି। ତେଣୁ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ ।

ସମ୍ବଲପୁରର ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details