ଓଡିଶା

odisha

ETV Bharat / state

ଭୀମସାରରେ ନିୟୋଜିତ ସୁରକ୍ଷା ସଂସ୍ଥାର ଚୁକ୍ତିନାମା ବାତିଲ ଦାବି - ଭୀମସାର

ସୋମବାର ସମ୍ବଲପୁର ବୁର୍ଲା ନଗର କଂଗ୍ରେସ କର୍ମୀଙ୍କ ଦ୍ବାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୀମସାରରେ ନିୟୋଜିତ ସୁରକ୍ଷା ସଂସ୍ଥା ବିରୁଦ୍ଧରେ ପ୍ରତିବାଦ କରାଯାଇଛି। ଫଳରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ, ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ ପଢନ୍ତୁ...

ଭୀମସାରରେ ନିୟୋଜିତ ସୁରକ୍ଷା ସଂସ୍ଥାର ଚୁକ୍ତିନାମା ବାତିଲ ଦାବି
ଭୀମସାରରେ ନିୟୋଜିତ ସୁରକ୍ଷା ସଂସ୍ଥାର ଚୁକ୍ତିନାମା ବାତିଲ ଦାବି

By

Published : Jun 29, 2021, 6:33 AM IST

ସମ୍ବଲପୁର: ସୋମବାର ସମ୍ବଲପୁର ବୁର୍ଲା ନଗର କଂଗ୍ରେସ କର୍ମୀଙ୍କ ଦ୍ବାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୀମସାରରେ ନିୟୋଜିତ ସୁରକ୍ଷା ସଂସ୍ଥା ବିରୁଦ୍ଧରେ ପ୍ରତିବାଦ କରାଯାଇଛି। ଫଳରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ, ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଭୀମସାରରେ ନିୟୋଜିତ ସୁରକ୍ଷା ସଂସ୍ଥାର ଚୁକ୍ତିନାମା ବାତିଲ ଦାବି

ଭିମସାରରେ ନିୟୋଜିତ ଥିବା ଇଏସଏସ ସୁରକ୍ଷା ସଂସ୍ଥା ବିରୋଧରେ ଭୀମସାର କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ। ଭିମସାର ଉପରେ ନିର୍ଭର କରୁଥିବା ରୋଗୀ ସମ୍ପର୍କୀୟଙ୍କ ଠାରୁ ପ୍ରତିଦିନ କିଛି ନା କିଛି ଚୋରି, ଲୁଟ ଏପରିକି ମରଣାତ୍ମକ ଆକ୍ରମଣ ହେଉଥିବା ବୁର୍ଲା ଥାନାରେ ଅଭିଯୋଗ ହେଉଛି।

ଏପରିକି ଭୀମସାରର ବିଭିନ୍ନ ବିଭାଗରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ମଧ୍ୟ ହେଉଥିବା ଦେଖାଦେଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ କିଛି ଦଲାଲ ଓ ଆସାମାଜିକ ଯୁବକଙ୍କ ସହିତ ମିଶି ଅନେକ ସମୟରେ ଏଭଳି ଘଟଣା ଘଟାଉଥିବା ଅଭିଯୋଗ କରିଛି କଂଗ୍ରେସ।

ଅନ୍ୟପଟରେ ଦୀର୍ଘ ୧୧ ବର୍ଷ ଧରି ଏହି ସଂସ୍ଥାକୁ କେଉଁ ଆଧାରରେ ବିନା ଟେଣ୍ଡରରେ କାର୍ଯ୍ୟ କରିବା ପାଇଁ ଭୀମସାର କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି ସେନେଇ ପ୍ରଶ୍ନ କରିଛି କଂଗ୍ରେସ। ରାଜ୍ୟସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ବୁର୍ଲା ଭିମସାରରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ହେଲେ ବ୍ୟାପକ ଅର୍ଥ କାରବାର କରି ସୁରକ୍ଷା ସଂସ୍ଥାର ମାଲିକ ଓ କିଛି କର୍ମଚାରୀ ଅନ୍ୟ ଜିଲ୍ଲାର ଆସମାଜିକ ଯୁବକ ମାନଙ୍କୁ ଆଣି ଏଠାରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ବହୁ ସମୟରେ ଚୋରି, ଲୁଟ, ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି। ଏହାର ପ୍ରତିବାଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରି ସମ୍ପୃକ୍ତ ସଂସ୍ଥାକୁ ବାତିଲ କରିବା ସହିତ ପୁନର୍ବାର ଟେଣ୍ଡର କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି କରିଛି। ଆସନ୍ତା ସପ୍ତାହେ ମଧ୍ୟରେ ଦାବି ପୂରଣ ନ ହେଲେ ବୁର୍ଲା ନଗର କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details