ସମ୍ବଲପୁର: ଥାନା ସମ୍ମୁଖରେ ଭଉଣୀକୁ ହତ୍ୟା କଲା ଭାଇ । ରେଢ଼ାଖୋଲ ଉପଖଣ୍ଡ କିସୀଣ୍ଡା ଥାନା ଅଞ୍ଚଳରେ ଘଟଣା। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଖୋଜୁଛି।
ଆଜି ସନ୍ଧ୍ୟା ପ୍ରାୟ 6ଟା ସମୟରେ କୁମାରୀ ମେହେର ଥାନାକୁ ଆସୁଥିବା ବେଳେ କକା ପୁଅ ଭାଇ ଥାନା ସମ୍ମୁଖରେ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି କୌଣଷି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।