ଓଡିଶା

odisha

ETV Bharat / state

ସ୍କୁଲ ବାଟରେ ‘ମରଣ ଯନ୍ତା’, ପ୍ରଶାସନ ନିରବଦ୍ରଷ୍ଟା

କେନାଲ ଅତିକ୍ରମ କଲେ ପଡେ ସ୍କୁଲ । ଆଉ କେନାଲର ସ୍ଥିତି ଆପଣଙ୍କ ସାମ୍ନାର । ଏ ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ତବଲା ପଞ୍ଚାୟତ ଖୁଲିଆ ଗାଁ କେନାଲପଡାର ।

By

Published : Aug 21, 2019, 11:09 PM IST

ସ୍କୁଲ ବାଟରେ ‘ମରଣ ଯନ୍ତା’, ପ୍ରଶାସନ ନିରବଦ୍ରଷ୍ଟା

ସମ୍ବଲପୁର: ଅସ୍ଥାୟୀ କାଠ ପୋଲରେ ବିତୁଛି ଜୀବନ । ବିପଦଜନକ ଅବସ୍ଥାରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ । ଏ ହେଉଛି ସ୍ବାଧୀନତାର 73 ବର୍ଷ ପରର ଦୃଶ୍ୟ ।

ସ୍କୁଲ ବାଟରେ ‘ମରଣ ଯନ୍ତା’, ପ୍ରଶାସନ ନିରବଦ୍ରଷ୍ଟା

ଘରୁ ବାହିରି ପିଲାଏ ପାଠ ପଢିବାକୁ ଯାଉଛନ୍ତି । କିନ୍ତୁ ବାଟରେ ଡେଇଁବାକୁ ପଡିବ ମରଣ ଯନ୍ତା । ନହେଲେ ସ୍କୁଲ ଯିବା ଅସମ୍ଭବ । କେନାଲ ଅତିକ୍ରମ କଲେ ପଡେ ସ୍କୁଲ । ଆଉ କେନାଲର ସ୍ଥିତି ଆପଣଙ୍କ ସାମ୍ନାରେ । ଏ ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ତବଲା ପଞ୍ଚାୟତ ଖୁଲିଆ ଗାଁ କେନାଲପଡାର ।

ବିପଦଜନକ ଅବସ୍ଥାରେ କେନାଲ ଉପରେ ରଖାଯାଇଛି ଅସ୍ଥାୟୀ କାଠ ପୋଲ । ତଳେ 5 ଫୁଟର ପାଣି । ଆଉ ତା ଉପର ରଖାଯାଇଥିବା 2ଟି ଗଛ ଯାହା ଉପରେ ବିପଦ ସଙ୍କୁଳ ଅବସ୍ଥାରେ ପିଲାଏ ଯାଉଛନ୍ତି ସ୍କୁଲ । ତେବେ ଏ ଦୃଶ୍ୟ ଆଜି କିମ୍ବା କାଲିର ନୁହେଁ ଦୀର୍ଘ ଦିନ ହେବ ଏପରି ସ୍ଥିତିରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ ।

ବାରମ୍ବାର ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ ଫଳଶୂନ । ସେପଟେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନାହିଁ । ତେଣୁ ସ୍ଥାନୀୟ ଅଞ୍ଚଳର ବିଡିଓଙ୍କ ସହ ଆଲୋଚନା କରି ଆଗାମି ପଦକ୍ଷେପ ନେବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ଲୋକଙ୍କ କହିବା ଅନୁସାରେ, ଆଗରୁ ଏହି ସ୍ଥାନରେ ଅନେକ ଦୁର୍ଘଟଣା ଘଟିଛି । ଏ ସବୁ ସତ୍ତ୍ବେ ପ୍ରଶାସନ ନିଦ ଭାଙ୍ଗୁନି । ଆଗକୁ ଯଦି କୌଣସି ଅଘଟଣ ଘଟେ ଦାୟୀ କିଏ ରହିବ ?

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details