ସମ୍ବଲପୁର:ଜୁହାର ସମ୍ବଲପୁର । ଜୟ ମାଆ ସମଲେଶ୍ବରୀ । କେମିତି ଅଛନ୍ତି । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ବଲିଉଡ କଣ୍ଠଶିଳ୍ପୀ କୈଳାଶ ଖେରଙ୍କ ସୁପହିଟ ସଙ୍ଗୀତ ଗାନ । ନିଜର ସୁମଧୁର ସ୍ବରରେ ଗୀତ ଗାଇ ସମ୍ବଲପୁରବାସୀଙ୍କୁ ଝୁମାଇଥିଲେ କୈଳାଶ ଖେର । ଆଉ ଲୋକ ମଧ୍ୟ ତାଙ୍କ ଗୀତ ଶୁଣି ହଜିଯାଇଥିଲେ । ହକି ବିଶ୍ବକପ ପାଇଁ ସମ୍ବଲପୁରରେ ଏକ କନର୍ସଟରେ ଯୋଗ ଦେଇ କୈଳାଶ ଖେର ଓ ତାଙ୍କ ବ୍ୟାଣ୍ଡ ଧୁମ ମଚାଇଥିଲେ ।
ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ସମ୍ବଲପୁର ପିଏଚଡି ପଡ଼ିଆରେ କୈଳାଶ ଖେର ଓ ତାଙ୍କ ମ୍ୟୁଜିକାଲ ଗ୍ରୁପ ନାଇଟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାତି 8ଟା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 4 ଟାରୁ ସିଟ ଗୁଡିକରେ ଦର୍ଶକ ଭରି ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ 30 ହଜାର ଦର୍ଶକ ଯୋଗ ଦେଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୈଳାଶଙ୍କ ଗୋଟିଏ ପରେ ଗୋଟିଏ ହିଟ ଗୀତ ନମ୍ବରର ମଜା ନେଇଥିଲେ ।
ଜୟ ଜଗନ୍ନାଥ ଓ ଜୟ ମାଆ ସମଲେଶ୍ୱରୀ କହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କୈଳାଶ । ଆଉ ଏହା ପରେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଚାଲିଥିଲେ କୈଳାଶ । ଆଉ କୈଳାଶଙ୍କ ଗୀତରେ ଝୁମିଥିଲେ ଦର୍ଶକ । "ତୌବା ତୌବା ରେ ତେରି ସୁରତ", "ତୁମ ସେ ନଜାନେ କ୍ୟୁ"," ପିୟା କେ ରଙ୍ଗ ସେ ରଂଗଦିନି" "କୌନ୍ ହେ ବ କୌନ୍ ହେ", "ଜୟ ଜୟ କାରା", ତେରି ଦିବାନୀ, ଦୁନିଆଁ ଉଥ ପଟାଙ୍ଗା, ପରି କୈଳାଶଙ୍କ ହିଟ ଗୀତ ଗୁଡିକ ଶୁଣି ବିମୋହିତ ହିଇଥିଲେ ଦର୍ଶକ । ଦର୍ଶକ ନାଚି ଉଠିଥିଲେ ।